ୱେଷ୍ଟ ଜୋନ୍‌ ଟାଇକଣ୍ଡୋ ଚାମ୍ପିୟନସିପ୍‌ରେ ବଲାଙ୍ଗିରକୁ ୧୩ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ବରଗଡର ଗଣପତି ଭିଲ୍ଲାଠାରେ ଦ୍ୱିତୀୟ ୱେଷ୍ଟ ଜୋନ୍‌ ଟାଇକଣ୍ଡୋ ଚାମ୍ପିୟନସିପ୍‌ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ଏକ ୧୩ ଜଣିଆ ଦଳ ଭାଗ ନେଇ ସଫଳତା ହାସଲ କରିଥିବା ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ତଥା କୋଚ ଅସୀମ କୁମାର ଭୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିରେ ବାଳିକା ଖିରୋଗୀ (ଫାଇଟ) ବିଭାଗରେ ସାନ୍‌ଭି ପ୍ରଧାନ ଓ ପରିମିତା ବିଶ୍ୱାଲ ସ୍ୱର୍ଣ୍ଣ ପଦକ, କୌଶଲ୍ୟା ଷାଣ୍ଢ ଓ ମଞ୍ଜିଲ ସେଠ ରୌପ୍ୟ ପଦକ, ସୋନାକ୍ଷି ସନ୍ଧ୍ୟା ଭୋଇ ବ୍ରୋଞ୍ଚ ପଦକ ପାଇଥିବା ବେଳେ ବାଳକ ବିଭାଗରେ ପ୍ରନିତ କୁମାର ଦାଶ ଓ ସୀମାଦ୍ରି ଆଦେଶ ସ୍ୱର୍ଣ୍ଣ ପଦକ, ଶ୍ରେୟାଂଶ କୁମାର ସିଂଭଞ୍ଜ, ଆଶୀର୍ବାଦ ଅର୍ପଣ ମିଶ୍ର, ବିଭୁବ୍ରତ ସାହୁ, ଓମ୍‌ ପ୍ରକାଶ ପୃଷ୍ଟି ରୌପ୍ୟ ପଦକ ଏବଂ କ୍ରିଷ୍ଣା ଅର୍ଜୁନ ବନଛୋର ଓ ସଙ୍କିର୍ତ୍ତନ ଷାଣ୍ଢ ବ୍ରୋଞ୍ଚ ପଦକ ପାଇଛନ୍ତି । ଏହି ଅବସରରେ ରାଜ୍ୟ ଟାଇକଣ୍ଡୋ ସଂଘ ସାଧାରଣ ସଂପାଦକ ମନମୋହନ ଭଞ୍ଜ ଟାଇକଣ୍ଡୋ କୋଚ ଅସୀମ କୁମାର ଭୋଇଙ୍କୁ ମୋମେଣ୍ଟୋ ସହିତ ସମ୍ମାନିତ କରିଥିଲେ ।

Leave A Reply

Your email address will not be published.