ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ରେଡ୍କ୍ରସ୍ ବିଭାଗ ଏବଂ ରେଡ୍ରିବନ୍ କ୍ଲବ୍ ତରଫରୁ ଏକ ଏଡ୍ସ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ମିନତୀ ରଥଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ବଙ୍ଗୋମୁଣ୍ଡା ଆଇଆଇସି ସଞ୍ଜୀବ୍ କୁମାର ପ୍ରଧାନ, ଏସଆଇ ଯୁଗଧର ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ । ଅଧ୍ୟକ୍ଷାଙ୍କ ଅନୁରୋଧ କ୍ରମେ ଲକ୍ଷ୍ମୀନାରାୟଣ ମାରାଣ୍ଡି ପଦଯାତ୍ରା କାର୍ଯ୍ୟକ୍ରମଟିକୁ ଶୁଭାରମ୍ଭ କରିଥିଲେ । ରେଡ୍କ୍ରସ୍ ବିଭାଗର ସ୍ୱେଚ୍ଛାସେବୀମାନେ ଏଡ଼୍ସ୍ ସମ୍ବନ୍ଧୀୟ ସ୍ଲୋଗାନ୍ ଦେଇ ବଙ୍ଗୋମୁଣ୍ଡା ଅଂଚଳ ପ୍ରରିକ୍ରମା କରିଥିଲେ । ଏହି ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମକୁ ଯୁବ ରେଡ୍କ୍ରସ୍ ବିଭାଗର ସଂଯୋଜକ ଅଧ୍ୟାପକ ରଶ୍ମିରଂଜନ ସ୍ୱାଇଁ ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମରେ ଅଧ୍ୟାପକ ଅକ୍ଷୟ କୁମାର ପ୍ରଧାନ, ନରୋତ୍ତମ ପଣ୍ଡା, ମହମ୍ମଦ ସଲ୍ମନ୍ ଖାନ୍, ସାଗର ରଂଜନ ରଥ, କ୍ଷୀରୋଦ୍ର ରଣା, ମୁରଲୀ ଧର ମେହେର, ସୁନୀତା ଦାସ, ଐଶ୍ୱର୍ଯ୍ୟା ବାରିକ, ଅଭିଲିପ୍ସା ବହିଦାର ଯୁଗଳ କିଶୋର ବେହେରା, ଏବଂ ଅଣ ଶିକ୍ଷକ କର୍ମଚାରୀ, ସୁଧାଂଶୁ ଶେଖର ପୁଟେଲ୍, ରିଖିରାମ ପୁଟେଲ୍,ପବନ ସାହୁ, ମୁରଲୀଧର ପୁଟେଲ୍, କଳ୍ପନା ମେହେର ପ୍ରମୁଖ ସହଯୋଗ କରିଥିଲେ । ରେଡ୍ ରିବନ୍ କ୍ଲବ୍ର ସ୍ୱେଚ୍ଛାସେବୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପନ ହୋଇଛି ।