oom

ପବିତ୍ର ଗାନ୍ଧୀ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କଲା ବିଜୁ ଜନତା ଦଳ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ପବିତ୍ର ଗାନ୍ଧୀ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି ବିଜୁ ଜନତା ଦଳ । ଏହିକ୍ରମରେ ଆଜି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଗ୍ରାମରେ ପଦଯାତ୍ରା କରାଯାଇଥିଲା । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂ ଦେଓ ଏହି ଯାତ୍ରାରେ ସାମିଲ ହୋଇଥିଲେ । ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଭଲ ମନ୍ଦ ବୁଝିଥିଲେ । ସରକାରୀ ଯୋଜନା ଲୋକଙ୍କ ପାଖରେ କେତେ ମାତ୍ରାରେ ପହଂଚୁଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ସୁଭଦ୍ରା ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ୩୦୦ ୟୁନିଟ୍‌ ବିଜୁଳି ଫ୍ରି ଏ ସମସ୍ତ ଯୋଜନାରେ ବର୍ତ୍ତମାନର ସରକାର ଅତି ଚତୁର ଭାବରେ ସର୍ତ୍ତ ରଖି ଲାଗୁ କରିଥିବା କହିବା ସହ ନିର୍ବାଚନ ସମୟରେ ଏହି ଯୋଜନା ବାବଦରେ ବିଜେପିର ଫମ୍ପା ଭାଷଣ ସରକାରକୁ ଆସିଲା ପରେ ଆଉ ପ୍ରତିଫଳିତ ହେଉନାହିଁ ବୋଲି ସେ ମତ ରଖିଥିଲେ । ତେଣୁ ଲୋକେ ଏହି ସରକାରୀ ଯୋଜନା ଗୁଡ଼ିକରୁ କେତେ ଲଭାନ୍ୱିତ ହେଉଛନ୍ତି ତାହା ଜାଣିବାକୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା କଳିକେଶ କହିଥିଲେ । ଲୋକଙ୍କ ସମସ୍ୟା ଜାଣିବା ପରେ ତାକୁ ବିଧାନସଭାରେ ଉପସ୍ଥାପନ କରାଯିବ ବୋଲି କହିଥିଲେ । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରାର ପ୍ରଥମ ପର୍ଯ୍ୟାୟ ଚାଲିବ । ଏହା ପରେ ଆସନ୍ତା ୨୧ ତାରିଖରୁ ପ୍ରତି ପଂଚାୟତରେ ଜନସମ୍ପର୍କ ପଦଯାତ୍ରା କରାଯିବ ବୋଲି ସୂଚନା ରହିଛି । ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ କଳିକେଶଙ୍କ ସହିତ ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.