ବିଜେଡିର ଜନସମ୍ପର୍କ ପଦଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକରେ ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ବିଧାୟକ ରୂଦ୍ରପ୍ରତାପ ମହାରଥୀଙ୍କ ସହିତ ଡେଲାଙ୍ଗ ବ୍ଲକ ଚେୟାରମ୍ୟାନ ବାସନ୍ତି ସାହୁ ଭାଇସ ଚେୟାରମ୍ୟାନ ଦୁର୍ବାଷା ନିଶଂକ, ପ୍ରାକ୍ତନ ବ୍ଲକ ଚେୟାରମ୍ୟାନ ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ପିପିଲି ବ୍ଲକ ବିଜେଡି ସଭାପତି ତଥା ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ବାଇଁ, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ବନି ନନ୍ଦ, ଯୁବ ବିଜେଡି ଜିଲ୍ଲା ସଭାପତି ନାରାୟଣ ସ୍ୱାଇଁ, ଜିଲ୍ଲା ପରିଷଦ ଧରଣୀଧର ସାହୁ, ପୁରୀ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କିଶୋର ଚନ୍ଦ୍ର ଛୋଟରାୟ, ପିପିଲି ଏନ୍‌ଏସି ଅଧ୍ୟକ୍ଷ ଏସ୍‌କେ ବାବୁ, ଉପାଧ୍ୟକ୍ଷ ଭାଗ୍ୟବତୀ ମହାରଣା, ପିପିଲି ଏନ୍‌ଏସିର ସାଂସଦ ପ୍ରତିନିଧି ସେକ ଆବିଦ, ପୂର୍ବତନ ଜିଲ୍ଲା ପରିଷଦ ମଳୟ ମହାନ୍ତି, ବିଜେଡି ବ୍ଲକ ସଭାପତି ବୈରାଗୀ ଜେନାଙ୍କ ସମେତ ଦଳୀୟ ନେତୃବୃନ୍ଦ, କର୍ମୀ ଗ୍ରହଣରେ ବେରବୋଇ ସ୍ଥିତ ପବିତ୍ର ଗାନ୍ଧି ପୀଠରେ ପହଞ୍ଚି, ଗାନ୍ଧୀଙ୍କ ପ୍ରତ୍ତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେଠାରୁ ବିଶାଳ ପଦଯାତ୍ରାରେ ବାହାରି ଡେଲାଙ୍ଗ ହାଟ ବଜାର ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ପୁଷ୍ପ ମାଲ୍ୟାର୍ପଣ କରିବା ସହ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିଥିଲେ । ଏହି ଜନସମ୍ପର୍କ ପଦଯାତ୍ରା ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇ ବିଭିନ୍ନ ଗ୍ରାମ ପଞ୍ଚାୟତରେ ସଚେତନତା ଶୋଭାଯାତ୍ରା କରାଯିବ । ଅନ୍ୟମାନଙ୍କ ମଧ୍ୟରେ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଚିତ୍ରସେନ ନିଶଙ୍କ, ବିଜୟ ରାଉତରାୟ, ସୁଦୀପ୍ତ ନାୟକ, ସୌମ୍ୟ ରଞ୍ଜନ ରାଉତ, ନବଘନ ପ୍ରଧାନ, ଦୁର୍ଯ୍ୟୋଧନ ସାହୁ ପ୍ରମୁଖଙ୍କ ସହ ବିଜେଡିର ଶତାଧିକ ମହିଳା ପୁରୁଷ କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.