oom

କୋସଲ ରାଜ୍ୟ ମୁକ୍ତିମୋର୍ଚ୍ଚାର ଆହ୍ୱାନ କ୍ରମେ ପଦଯାତ୍ରା ଆରମ୍ଭ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାକୁ ଦୀର୍ଘ ବର୍ଷ ଧରି ସ୍ୱତନ୍ତ୍ର କୋସଲ ରାଜ୍ୟ ଦାବୀ ପ୍ରସଙ୍ଗ ଉଠି ଆସୁଛି, କିନ୍ତୁ ଚଳିତ ବର୍ଷ ଏହା ଜୋର୍‌ ଧରିଥିବା ଦେଖାଯାଇଛି । ବିଧାନସଭା ଘେରାଉ କୋସଲ ମହାବନ୍ଦ ଭଳି ବଡ଼ ଧରଣର ଆନ୍ଦୋଳନ ହେବା ପରେ ଏବେ ପଦ୍ମପୁର ଉପନିର୍ବାଚନକୁ ଟାର୍ଗେଟରେ ନେଇଛନ୍ତି କୋସଲ ସଂଗ୍ରାମୀ । ଗତକାଲି କୋସଲ ରାଜ୍ୟ ମୁକ୍ତିମୋର୍ଚ୍ଚାର ଆହ୍ୱାନ କ୍ରମେ ଆଇନ ପରାମର୍ଶଦାତା ଅଜିତ ଶତପଥିଙ୍କ ନେତୃତ୍ୱରେ ଶତାଧିକ କୋସଲ ସଂଗ୍ରାମୀ ପଦଯାତ୍ରା ଆରମ୍ଭ କରିଛନ୍ତି । ୨ ଦିନ ବ୍ୟାପି ହେବାକୁ ଥିବା ଏହି ପଦଯାତ୍ରା ନୃସିଂହନାଥରୁ ବାହାରି ପଦ୍ମପୁର ପର୍ଯ୍ୟନ୍ତ ଯିବ । ମୁଖ୍ୟ ଦାବୀ କୋସଲ ପ୍ରସଙ୍ଗରେ ସମସ୍ତ ରାଜନୈତିକ ଦଳ ମୁହଁ ଖୋଲିବା ନେଇ ସଙ୍ଗଠନ ଆହ୍ୱାନ ଜଣାଇ ଏହି ପଦଯାତ୍ରା କରୁଥିବା ସୂଚନା ଦିଆଯାଇଛି । ପ୍ରଥମ ଦିନରେ ନୃସିଂହନାଥରୁ ପଦଯାତ୍ରା ଆରମ୍ଭ କରାଯାଇଛି ଏବଂ ମନ୍ଦିର କମିଟି ତରଫରୁ ଏହି ପଦଯାତ୍ରାକୁ ସମର୍ଥନ ଓ ସ୍ୱାଗତ ଜଣାଇ ମନ୍ଦିରରେ ପୂଜାର୍ଚ୍ଚନା କଲା ପରେ ପାଇକମାଲ ଆଡ଼କୁ ମୁହାଁଇଥିଲେ ଏବଂ ମଲଦା ଗ୍ରାମରେ ରାତ୍ର ରହଣି କରିବା ନେଇ ସୂଚନା ମିଳିଛି । ପଦଯାତ୍ରାରେ କୋସଲ ସେନା ସହିତ ଅନେକ କୋସଲବାଦୀ ସଙ୍ଗଠନ ସାମିଲ ହୋଇଥିଲେ । କେଏମ୍‌ଏମ୍‌ ଉପସଭାପତି ଗଣେଶ ସାହୁ, ବିକାଶ ଅଗ୍ରୱାଲ, ଛାତ୍ର ନେତା ଆକାଶ ପଣ୍ଡା, କୋସଲ ସଂଗ୍ରାମୀ ସିପୁନ ଖମାରି, ଯୁବ କୋସଲ ନେତା ଜଗନ ମେହେର, ସମ୍ପାଦକ ଗଜପତି ସାହୁ, କୋସଲ ସେନା ଉପସଭାପତି ବୀରବଲ ମହାକୁର, ସମ୍ପାଦକ ଅଶୋକ ଛତର, ଅବିନାଶ ବିଶି, ରମଣୀ ଦନ୍ତ, ନେତ୍ରା ଭିଲ ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.