oom

ମାକ୍ରିପଡ଼ା ଗ୍ରାମରେ ଯୁବଗୋଷ୍ଠୀ ଦ୍ୱାରା ପୁଷ୍କରିଣୀ ସଫେଇ କାର୍ଯ୍ୟ : ଗୋଟିଏ ପାଦ ସ୍ୱଚ୍ଛତା ଆଡ଼କୁ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବହାଲ ବ୍ଲକ ଲେବଡା ପଞ୍ଚାୟତ ମାକ୍ରିପଡ଼ା ଗ୍ରାମରେ ତିନୋଟି ଗ୍ରାମ ନିର୍ଭର କରୁଥିବା ମୁଖ୍ୟ ପୋଖରୀ ‘ଶାଗୁଣା ମୁଣ୍ଡା’କୁ ପଙ୍କ ଉଦ୍ଧାର ପାଇଁ ପାଣି କଟାଯାଇଛି । ଏଥିପାଇଁ ଗାଁ ଲୋକମାନଙ୍କର ଅନେକ ଅସୁବିଧା ହେଉଥବାରୁ ନିକଟରେ ଥିବା ଖଲିଆ ମୁଣ୍ଡା ଉପରେ ନିର୍ଭର କରୁଛନ୍ତି କିନ୍ତୁ ଖଳିଆମୁଣ୍ଡାରେ ଅନେକଗୁଡ଼ିଏ ଘାସ ବୁଦା ରହିବା ସହିତ ଗାଧୋଇବା ପାଇଁ ସେତେ ସୁବିଧା ନଥିବାରୁ ଗ୍ରାମର ଭଦ୍ରବ୍ୟକ୍ତି ସଦାନନ୍ଦ ବନଛୋର ଏବଂ ନିର୍ମଳ ଭୋଇଙ୍କ ଆଦେଶ କ୍ରମେ ଲାୟନସ୍ ୟୁଥ୍ ଆସୋସିଏସନ୍‌ର ଯୁବଗୋଷ୍ଠୀ ରବିବାର ଖଲିଆମୁଣ୍ଡା ପୋଖରୀରେ ପହଞ୍ଚି ଯଥା ସମ୍ଭବ ସଫେଇ କରିବା ସହ ଗାଧୋଇବା ପାଇଁ ସୁବିଧା କରିଥିଲେ । ଏଥିରେ ଆଗକୁ ଗାଁ କଲ୍ୟାଣ ପାଇଁ ଅନେକ କାମ କରିବା ପାଇଁ ଯୁବଗୋଷ୍ଠୀ ଉତ୍ସାହିତ ହୋଇଥିଲେ । ଏହିପରି ସମସ୍ତ ଗ୍ରାମର ଯୁବକମାନେ ନିଜ ଗାଁ ପ୍ରତି କଲ୍ୟାଣ କାମ କଲେ ଦେଶ ଦୃତ ଗତିରେ ଆଗେଇବ ବୋଲି ଲାୟନସ୍ ୟୁଥ୍ ଆସୋସିଏସନ୍‌ର ସଭାପତି ଭୁଲେଶ୍ୱର ଛତର, ସମ୍ପାଦକ ମଙ୍ଗଲେ ଛତର, କୋଷାଧ୍ୟକ୍ଷ ପାରେଶ୍ୱର ଛତର, ନିର୍ଦ୍ଦେଶକ ଭଦେବ ଭୋଇ, କ୍ଷମା ଜୁଗ୍ନିଆ ଏବଂ ଚୌଧୁରୀ ଛତର ସମସ୍ତଙ୍କୁ ବାର୍ତ୍ତା ଦେଇଥିଲେ । ଗୋଟିଏ ପାଦ ସ୍ୱଚ୍ଛତା ଆଡ଼କୁ ବଢାଇଥିବା ଆସୋସିଏସନ୍‌ର ସମସ୍ତ କର୍ମକର୍ତ୍ତାଙ୍କୁ ଗ୍ରାମବାସୀ ବହୁତ୍ ବହୁତ୍ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.