ନିଖିଳ ଓଡ଼ିଶା ପାଚିକା ସହାୟିକା ସଂଘର ଦାବୀପତ୍ର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ପରିସର ମଧ୍ୟରେ ଆସୁଥିବା ସମସ୍ତ ଏମ୍‌ଡିଏମ୍‌ ପାଚିକା ସହାୟିକା ସଂଘର ଶତାଧିକ ମହିଳା ବିଭିନ୍ନ ଦାବୀ ନେଇ ବିଇଓ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଜୟପାଟଣା ବ୍ଲକର ୩୨୬ଜଣ ପାଚିକା ସହାୟିକା ଦରମା ବୃଦ୍ଧି, ଅବସର କାଳୀନ ସହାୟତା, ଅବସର ସମୟ ସୀମା ବୃଦ୍ଧି ଆଦି ଦାବୀକୁ ନେଇ ଜୟପାଟଣା ଗୀତା ଭବନ ଠାରୁ ଏକ ବିଶାଳ ରାଲିରେ ତିନି କିଲୋମିଟର ରାସ୍ତା ଅତିକ୍ରମ କରି ବିଇଓ କାର୍ଯ୍ୟାଳୟରେ ଦାବୀପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଷୀର ବାଗ, ପ୍ରମିଳା ମାଝୀ, ଡାଳିମ୍ବ ନାଏକ, ଜେମା ମାଝୀ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଲ୍‌ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସର ରାଜ୍ୟ ସଭାପତି ଅକ୍ଷୟ କୁମାର ମେହେର, କୋକସରା ବ୍ଲକ ସଭାପତି ରିଖିରାମ ଭାଟି ପରିଚାଳନା କରିଥିଲେ ।

Leave A Reply

Your email address will not be published.