centurian jitm

ପବିତ୍ର ଗୁରୁ ପୂର୍ଣ୍ଣିମା ତିଥୀରେ ଇତିହାସ ରଚିଲା ପ୍ରସିଦ୍ଧ ରାମଚଣ୍ଡୀ ଶକ୍ତିପୀଠ

nschool

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତବର୍ଷରେ ପବିତ୍ର ଗୁରୁ ପୂର୍ଣ୍ଣିମା ତିଥୀରେ ସର୍ବତ୍ର ଗୁରୁ ପୂଜନ ପଦ୍ଧତିରେ ଗୁରୁଙ୍କୁ ସ୍ମରଣ ଓ ଗୁରୁଙ୍କୁ ପୂଜା, ଗୁରୁ ପାଦୁକା ପୂଜା ଏବଂ ଭକ୍ତି ଓ ଆରାଧନା କରାଯାଇଛି । ଏପରିକି ଗୁରୁଙ୍କ ନୀତୀଶାସ୍ତ୍ରମାନ ସମାଜରେ ପ୍ରଚଳିତ କରାଯାଇ ଜନମାନସରେ ଏହାକୁ ଉଜ୍ଜୀବିତ କରିବା ଲାଗି ଏହି ପବିତ୍ର ଗୁରୁ ପୂର୍ଣ୍ଣିମା ତିଥୀରେ ଏହାର ମହତ୍ତ୍ଵକୁ ପ୍ରତିପାଦନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠ ପ୍ରାଙ୍ଗଣରେ ପବିତ୍ର ଗୁରୁ ପୂର୍ଣ୍ଣିମା ତିଥୀରେ ୧୦୮ ସପ୍ତସତୀ ଚଣ୍ଡୀପାଠ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହା ଯେ’ ଭାରତବର୍ଷରେ ଏକ ନିଆରା ଧର୍ମପରମ୍ପରା ସମ୍ପନ୍ନ ଇତିହାସ ରଚିଲା ବୋଲି ସାଧାରଣରେ ଗଣନା କରାଯାଇଛି । ଇତିହାସ ରଚିଲା ପ୍ରସିଦ୍ଧ ରାମଚଣ୍ଡୀ ଶକ୍ତିପୀଠ ଗୁରୁ ପୂର୍ଣ୍ଣିମାରେ ବେଦପାଠ, ମନ୍ତ୍ରଧ୍ଵନି ଉଚ୍ଚାରଣରେ ପ୍ରକମ୍ପିତ ହୋଇଉଠିଲା । ବିନ୍ଧ୍ୟବାସିନୀ ମା’ ରାମଚଣ୍ଡୀ ଶକ୍ତିପୀଠ ପରିସରର ଗଗନ ପବନ ପ୍ରକମ୍ପିତ ଓ ମୁଖରୀତ ହୋଇ ଉଠିଥିଲା । ଅଗଣିତ ଭକ୍ତ ସମାଜ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଦେବୀଙ୍କ ଓ ଗୁରଦେବଙ୍କ ବିଭୂକୃପା ଲାଭ କରିଥିଲେ । ଏହି ଯଜ୍ଞାନୁଷ୍ଠାନରେ ସମ୍ମାନୀୟ ଅତିଥି ଭାବେ ପରିବହନ ମନ୍ତ୍ରୀ ବିଭୁତିଭୂଷଣ ଜେନା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଛତ୍ରପୁରର ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ସାରସ୍ୱତ ଭକ୍ତିବାଦର କାର୍ଯ୍ୟକ୍ରମରେ ସାରା ଭାରତରୁ ୧୩୧ ଜଣ ମାନ୍ୟଗଣ୍ୟ ବେଦପଣ୍ଡିତମାନେ ଯୋଗଦେବା ସହ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏଁ ଚଣ୍ଡୀପାଠ କରିବା ସହ ରୁଦ୍ରାଭିଷେକ, କୁମାରୀ ପୂଜନ, ଯଥା ରୀତିରେ ପୂଜାର୍ଚ୍ଚନା ସହ ଦେବୀଙ୍କ ପୀଠକୁ ଭକ୍ତିମୟ ଭାବେ ପ୍ରସାରିତ କରାଯାଇଥିଲା । ଏଥିରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ବି. ଏମ୍‌. ସି.ର ଡେପୁଟୀ କମିଶନର ବିନୋଦ କୁମାର ବେହେରା, ଗଞ୍ଜାମର ପୂର୍ବତନ ବ୍ଲକ ଚେୟାରମ୍ୟାନ ତଥା ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରଶାନ୍ତ ନାୟକ, ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ପୂଜାକମିଟିର ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ଶଙ୍କର ନାୟକଙ୍କ ସମେତ ଛତ୍ରପୁର ଓ ବିଭିନ୍ନ ଅଂଚଳରୁ ୧୨୧ ପୂଜା ଆରାଧନାରେ କର୍ତ୍ତା ଓ କର୍ତ୍ତୀ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏଭଳି ଭକ୍ତି ସମ୍ପନ୍ନ କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ତରଫରୁ ଲକ୍ଷାଧିକ ଭକ୍ତଙ୍କ ପାଇଁ ଅନ୍ନଯଜ୍ଞର ବ୍ୟବସ୍ଥା କରାଯାଇଥିବାରୁ ଭକ୍ତମାନେ ଖୁସିବ୍ୟକ୍ତ କରି ନିଜର ଭାବ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ କରାଯିବାକୁ ମନ୍ଦିର କମିଟିକୁ ଅନୁରୋଧ କରିଥିଲେ । ପ୍ରଥମ ଥର ହେଉଥିବା ଏହି କାର୍ଯ୍ୟକ୍ରମରେ ଭକ୍ତମାନଙ୍କୁ ପର୍ବତ ଉପରକୁ ଆସିବା ନେଇ ଛତ୍ରପୁରର ଶଙ୍କର ନେତ୍ରାଳୟ ସଂଗଠନ ତରଫରୁ ନିଃଶୁଳ୍କ ବସ୍‌ ସେବା ବ୍ୟବସ୍ଥା କରାଯାଇଥିଲା । ଏତେ ବଡ଼ ଭବ୍ୟ ଆୟୋଜନକୁ ମନ୍ଦିର ପୂଜା କମିଟି ସମ୍ପୂର୍ଣ୍ଣ ପରିଚାଳନା କରିଥିଲେ । ଏଥିରେ ଟ୍ରଷ୍ଟ ଓ ପରିଚାଳନା କମିଟି ସହଯୋଗ କରିଥିଲେ । ପ୍ରଥମଥର ପାଇଁ ଏହିପରି ଅନୁଷ୍ଠାନ ଦକ୍ଷିଣ-ଓଡିଶାରେ ଅନୁଷ୍ଠିତ ହୋଇଥିବାରୁ ଏହି ସାରସ୍ୱତ ଭକ୍ତି ସମାବେଶ ପ୍ରାୟତଃ ୧୦ହଜାରରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁ ଏହି ମହତ୍ତ୍ଵ ପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେଇ ଦେବୀଙ୍କ ଓ ଗୁରଦେବଙ୍କ ଆଶିଷ ଲାଭ କରିଥିଲେ । କିଛି ଅପ୍ରୀତିକର ପରିସ୍ଥିତି ଯେପରି ନହେଉ ସେ ନେଇ ସ୍ଥାନୀୟ ପୁଲିସ ତଥା ଥାନା ଅଧିକାରୀ ଶ୍ରୀମତୀ ସୁମିତ୍ରା ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ପ୍ରଶାସନର ସାହାଯ୍ୟରେ ଏତେ ବଡ଼ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପନ୍ନ ହୋଇଥିବା ଦେଖାଦେଇଛି । ଏହି ଯଜ୍ଞାନୁଷ୍ଠାନର ମୁଖ୍ୟ ଦାୟିତ୍ୱରେ ଥିବା ମନ୍ଦିର ସଂଯୋଜକ କମଳ କୁମାର ପଣ୍ଡା ସମସ୍ତଙ୍କର ସହଯୋଗକୁ ନେଇ ସାଧୁବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ରାମଶଙ୍କର ଶତପଥୀ, ଜ୍ୟୋତିଷ ଦୀପକ ଦାଶ, ଜ୍ୟୋତିଷ ରାଜେଶ ମହାପାତ୍ର, ପଣ୍ଡିତ ସୁମନ ପଣ୍ଡା, ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ସହ ସଂଯୋଜକ ତୁଷାର ଶତପଥୀ, ତ୍ରିପତି ବାଲାଜୀ ମିଶ୍ର, ସୁଧୀର ମହାରଣା, ପୂଜାକମିଟିର ସଭାପତି ଅଜୟ ନାୟକ, କାର୍ଯ୍ୟକାରୀ ସଭାପତି ଦିବାକର ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.