‘କୋଶଳ ପ୍ରବାହ’ କାର୍ଯ୍ୟାଳୟରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ କୁମାର ପୁରୋହିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଦ୍ମପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ କୁମାର ପୁରୋହିତ ସୌଜନ୍ୟମୂଳକ ପରିଦର୍ଶନ ନିମନ୍ତେ ‘କୋଶଳ ପ୍ରବାହ’ କାର୍ଯ୍ୟାଳୟକୁ ଆଜି ଅପରାହ୍ନରେ ପହଂଚିଥିଲେ । ‘କୋଶଳ ପ୍ରବାହ’ ଟିମ୍‌ର ତୁରନ୍ତ ନ୍ୟୁଜ୍‌ ପ୍ରସାରଣ ତଥା ନିଆରା ନ୍ୟୁଜ୍‌ ପରିବେଷଣ ଶୈଳୀକୁ ଶ୍ରୀ ପୁରୋହିତ ପ୍ରଶଂସା କରିବା ସହ ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ତାଙ୍କ ସହ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ କୋକିଳ ସାହୁ ମଧ୍ୟ ପରିଦର୍ଶନରେ ସାମିଲ୍‌ ଥିଲେ । ଏହି ଅବସରରେ ‘କୋଶଳ ପ୍ରବାହ’ର ସଂପାଦକଙ୍କ ସହ ପ୍ରଶାସନିକ ଅଧିକାରୀ ଶ୍ୟାମ ପ୍ରସାଦ ଗୁରୁ, ବିଜ୍ଞାପନ ଅଧିକାରୀ ଶମ୍ଭୁନାଥ ସାହୁ, ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଦେବାଶିଷ ମିଶ୍ର ଏବଂ ପଦ୍ମପୁର ପ୍ରତିନିଧି ନିରୋଜ କୁମାର ପାଣୀ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.