କୃଷ୍ଣଚୂଡା ଇକୋକ୍ଲବ ପକ୍ଷରୁ ଜାତୀୟ ଓଜୋନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କୃଷ୍ଣଚୂଡା ଇକୋକ୍ଲବ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାଠାରେ ଜାତୀୟ ଓଜୋନ ଦିବସ ପାଳିତ ହୋଇଯାଇଅଛି । ଏ ବର୍ଷର ମୁଖ୍ୟ ବିଷୟ “ମନ୍ଟ୍ରିଲ ପ୍ରୋଟୋକଲ, ଆମର ଖାଦ୍ୟକୁ ଓ ଟୀକାକୁ ଥଣ୍ଡା ରଖିବା” ବିଷୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ମହାପାତ୍ର ଅଧ୍ୟକ୍ଷତାରେ ଇକୋକ୍ଲବ ଇନଚାର୍ଜ ପ୍ରକୃତି ବନ୍ଧୁ ବିଜ୍ଞାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ଅବଗତ କରିଥିଲେ । ଏହି ଅବସରରେ ଦଶ ଜଣ ଛାତ୍ରଛାତ୍ରୀମାନେ ନିଜ ଇଚ୍ଛାରେ ଗୋଟିଏ ଲେଖାଏଁ ଚାରା ନେଇ ରୋପଣ କରି ବଞ୍ଚେଇବାର ଶପଥ ନେଇଥିଲେ । ସଭାରେ ଶିକ୍ଷକ ସଂକୀର୍ତ୍ତନ ତ୍ରିପାଠୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଗଜିନ୍ଦ୍ର ନାଏକ, ପବିତ୍ର ମୋହନ ପଧାନ, ହରିବୋଲ ପଧାନ ସାହାଯ୍ୟ କରିଥିଲେ । ଶେଷରେ ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.