ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ସରକାରୀ ଡାକ୍ତରଖାନାକୁ ଅକ୍ସିଜେନ କନ୍ସେଣ୍ଟଟ୍ରେଟର ଦାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ବନବାସୀ କଲ୍ୟାଣ ଆଶ୍ରମର ଟିଟିଲାଗଡ ଶାଖା ତରଫରୁ ଅକ୍ସିଜେନ କନ୍ସେଣ୍ଟଟ୍ରେଟର ପ୍ରଦାନ କରାଯାଇଛି । ବନବାସୀ କଲ୍ୟାଣ ଆଶ୍ରମର ସମ୍ପାଦକ ତଥା ପ୍ରାନ୍ତୀୟ ସଂଗଠନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ଭାଟିଙ୍କ ନେତୃତ୍ୱରେ ସଂଗଠନର ଏକ ଟିମ୍ ଟିଟିଲାଗଡ ସହର ସ୍ଥିତ ସରକାରୀ ଡାକ୍ତରଖାନାରେ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ନାୟକଙ୍କୁ ଅକ୍ସିଯେନ କନ୍ସେଣ୍ଟଟ୍ରେଟର ପ୍ରଦାନ କରିଥିଲେ । ଏହି ଅବସରରେ କମ୍ଭୁ ପାଢ଼ୀ, ଗୋପାଳ ଲାଠ, ଅଭିଷେକ ଦର୍ଜୀ, ଗୀତାଞ୍ଜଳି ଭୋଇ, ଶ୍ୟାମା ପ୍ରସାଦ ଗରିଆ, ବିକାଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ସରକାରୀ ଡାକ୍ତରଖାନା ରେ ରୋଗୀ ମାନଙ୍କ ସୁବିଧା ଓ ଉପଯୋଗ ପାଇଁ ଦାନ କରାଯାଇଛି ବୋଲି ସଦସ୍ୟ ମାନେ କହିଥିଲେ ।

Leave A Reply

Your email address will not be published.