କଂଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନା ଜନିତ କଟକଣା ଏବଂ ଆଗାମୀ କରୋନାର ସମ୍ଭାବ୍ୟ ତୃତୀୟ ପର୍ଯ୍ୟାୟର ମୁକାବିଲା ପାଇଁ ପଲ୍ଲୀ ଆଲୋକ ପାଠାଗାର, ନଅଗାଁ(ଖ) ଏବଂ ୟୁନାଇଟେଡ୍ ଉଏ ଆଣ୍ଡ କ୍ରାପଟୋ ରିଲିଫ୍ ସଂସ୍ଥା ପକ୍ଷରୁ ରବିବାର ଡାକ୍ତରଖାନା ମାନଙ୍କୁ ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରାଯାଇଛି । ଅନୁଷ୍ଠାନ ପକ୍ଷରୁ ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ଟି, କଂଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ଟି ଏବଂ ତୁରେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ୨ଟି ଲେଖାଏଁ ଅକ୍ସିଜେନ କନସେନଟ୍ରେଟର ସହ ମୋଟ ଏକ ହଜାର ଏନ୯୫ ମାସ୍କ ପ୍ରଦାନ କରାଯାଇଥିଲା । ପଲ୍ଲୀ ଆଲୋକ ପାଠାଗାରର ସଂପାଦକ ପ୍ରଶାନ୍ତ ନାଏକ କାର୍ଯ୍ୟକ୍ରମ ସଂଯୋଗଜକ ହୀରାଲାଲ ମିଶ୍ର, ପ୍ରଶାସନିକ ଅଧିକାରୀ ଅଜୟ ବାଦିଙ୍କ ସହ ବେଲପଡାଠାରେ ଡାକ୍ତର ରବିନ୍ଦ୍ର କୁମାର ମେହେର ସମାଜସେବୀ ଗୌତମ ଅଗ୍ରୱାଲଙ୍କ ସହଯୋଗରେ ଉକ୍ତ ସାମଗ୍ରୀ ଗ୍ରହଣ କରିଥିଲେ ଏବଂ ବିଶ୍ୱନାଥ ଦାସ, ଅମୁଳ୍ୟ ପାଣିଗ୍ରାହୀ, ଡାକ୍ତର ଅମର ମିଶ୍ର , କହ୍ନେଇ ଠାକୁର, ବୁଲା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । କଂଟାବାଞ୍ଜି ଠାରେ ଡାକ୍ତରଖାନା ଅଧିକାରୀ ଡାକ୍ତର ଏସପିଡି ପଣ୍ଡା ଉକ୍ତ ସାମଗ୍ରୀ ଗ୍ରହଣ କରିଥିବା ବେଳେ କେଭି କଲେଜ ଅଧକ୍ଷ ସତ୍ୟବ୍ରତ ମିଶ୍ର, ଆଇନଜୀବୀ ବ୍ରଜଶ୍ୟାମ ଗୁରୁ, ନୋଡାଲ ଅଫିସର ଚନ୍ଦ୍ର ଶେଖର ଭୋଇ, ପୁଷ୍ପକାନ୍ତ ଗୋୟଲ, ଫାରମାଷିଷ୍ଟ ସନ୍ତୋଷ କୁମାର ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ତୁରେକେଲାଠାରେ ଡାକ୍ତର ବିଷ୍ଣୁ ମେହେର ଉକ୍ତ ସାମଗ୍ରୀ ଗ୍ରହଣ କରିଥିବା ବେଳେ କଂଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝୀ, ଏସଡିପିଓ ସରୋଜ ମହାପାତ୍ର, କଂଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କନ୍ଦନକେଲ, ଡାକ୍ତର ଉମାକାନ୍ତ ସାହୁ, ତୁରେକେଲା ଥାନା ଅଧିକାରୀ କମଳଲୋଚନ ବେହେରା, ଫାରମାଷିଷ୍ଟ ବିରବର ବେହେରା, ବଙ୍ଗୋମୁଣ୍ଡା ଥାନାଧିକାରୀ ବିବି ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟାପକ ତଥା ସମାଜ କର୍ମୀ ଡ ସଂଜୟ କୁମାର ମିଶ୍ର ଓ ସମାଜସେବୀ କାହ୍ନୁ ଚରଣ ମିଶ୍ର ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କରୋନାର ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବରୁ ଅନେକ ଲୋକ ମୃତ୍ୟୁ ବରଣ କରିଥିଲେ ସମ୍ଭାବ୍ୟ ତୃତୀୟ ଲହର ସମୟରେ ଅକ୍ସିଜେନ ଅଭାବର ମୁକାବିଲା କରିବା ପାଇଁ ଉକ୍ତ ଅକ୍ସିଜେନ କନସେନଟ୍ରେଟରର ଡାକ୍ତରଖାନା ମାନଙ୍କୁ ବଂଟନ କରାଯାଉଛି ।
Next Post