oom

ପୁଇଁତଲା ବ୍ଲକସ୍ତରୀୟ ଓଷ୍ଟା ଶିଶୁମେଳା ଉଦ୍‌ଯାପିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ହାଇସ୍କୁଲ ବୈରାସର (ଅର୍ଜୁଣ୍ଡା) ଠାରେ ବ୍ଲକସ୍ତରୀୟ ଓଷ୍ଟା ଶିଶୁ ମେଳା ଉଦ୍‌ଯାପିତ ହୋଇଯାଇଛି । ଓଷ୍ଟା ବ୍ଲକ ସଭାପତି ରୁଦ୍ରମଣି କର୍ମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବକୁ ଅବସର ପ୍ରାପ୍ତ ସହକାରୀ ଜିଲ୍ଲାପାଳ ବିଜ୍ଞାନ କୁମ୍ଭାର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରି ଶିଶୁ ଦେଶର ଅମୁଲ୍ୟ ସମ୍ପଦ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ରାଜେନ୍ଦ୍ର ବିଜୟ ସାହୁ ଶିଶୁମାନଙ୍କର ସର୍ବବିଧ ଉନ୍ନତି ଉପରେ ଦେଶର ଉନ୍ନତି ନିର୍ଭର କରୁଛି ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ଡଃ. ବି.ଏନ୍‌. ଶ୍ରୀକାନ୍ତ ଓ ଶିକ୍ଷାବିତ ଅଶୋକ ମେହେର ମଂଚାସୀନ ଥିଲେ । ଓଷ୍ଟା ବ୍ଲକ ସମ୍ପାଦକ ପୂର୍ଣଚନ୍ଦ୍ର ମେହେର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ଆୟୋଜିତ ତର୍କ ପ୍ରତିଯୋଗିତାରେ ବର୍ଷା ମହାକୁର, ସାଧାରଣ ଜ୍ଞାନରେ ଶ୍ରଦ୍ଧା ମହଲା, କବିତା ରଚନାରେ ଗିରିସୁତା ଷାଣ୍ଢ, ଚିତ୍ରାଙ୍କନରେ ଆୟୁଷ ମେହେର, କୁଇଜ୍‌ରେ ତ୍ରିଶାମୟୀ ବାରିକ, ଏକକ ଅଭିନୟରେ ବର୍ଷା ମହାର, କଣ୍ଠ ସଂଗୀତରେ ତ୍ରିଶାମୟୀ ବାରିକ,ଏକକ ନୃତ୍ୟରେ ଶ୍ରୀୟା ବାରିକ, ଗଳ୍ପ ଲିଖନରେ ଆୟୁଷ ମେହେର, କବିତା ଆବୃତ୍ତିରେ ବର୍ଷା ମହାକୁର ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରୀୟ ଶିଶୁମେଳାରେ ଯୋଗଦେବେ ବୋଲି ସୂଚନା ପ୍ରଦାନ କରଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ଓଷ୍ଟା ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ ମୁଖ୍ୟ ଅତିଥି, ପୂର୍ବତନ ଓଷ୍ଟା ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁଧାଂଶୁ ବାବୁ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥିଭାବେ ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ତାରାକାନ୍ତ ମିଶ୍ର ଯୋଗଦେଇ ସୁସ୍ଥ ନୈତିକ ସମାଜ ଗଠନ ପାଇଁ ଶିଶୁ ସମାଜକୁ ସଜାଡ଼ିବା ଉଚିତ ବୋଲି କହିଥିଲେ । ଉଭୟ ଅଧିବେଶନର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶିକ୍ଷକ ନାରାୟଣ ମିଶ୍ର । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷାକର୍ମଚାରୀ, ଗ୍ରାମବାସୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.