oom

ଓସାଫି ତରଫରୁ କ୍ରେତା ଓ ବିକ୍ରେତା କର୍ମଶାଳା ଏବଂ ପ୍ରଦର୍ଶନୀର ଆୟୋଜନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର (ଡିପିଆରସି) ଠାରେ କ୍ଷୁଦ୍ର ଉଦ୍ୟୋଗ ବିକାଶ ବ୍ୟାଙ୍କ (ସିଡ଼ିବି) ସହାୟତାରେ ଆର୍ଥିକ ଅନ୍ତର୍ଭୁକ୍ତ ଅନୁଷ୍ଠାନ ରାଜ୍ୟ ସଂଗଠନ “ଓସାଫି” ତରଫରୁ ଏକ ଦିନିକିଆ କ୍ରେତା ଓ ବିକ୍ରେତା କର୍ମଶାଳା ଏବଂ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ସ୍ୱୟଂ ସହାୟିକା ଦଳର ଶତାଧିକ ସଭ୍ୟାମାନଙ୍କୁ ନେଇ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବି.ପି.ଦାଶ, ନାବାର୍ଡ ଜିଲ୍ଲା ବିକାଶ ପ୍ରବନ୍ଧକ ଡ଼ଃ. ବିବେକ କୁମାର ନାୟକ, ବଲାଙ୍ଗିର ଆରସେଟି ନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ନାଏକ, ଜୈନ ସୋସାଇଟି ସଭାପତି ଇଂ ମନୋଜ ଜୈନ, ଡେପୁଟି ସିଇଓ ଓର୍ମାସ କମଳେନ୍ଦୁ ପାଲ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଲଳିତ ମୋହନ ମହାପାତ୍ର, ସିବିବିଓ ମହାଶକ୍ତି ଫାଉଣ୍ଡେସନର ବରିଷ୍ଠ ପରିଚାଳକ ହୃଷିକେଶ ସାହୁ ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ରହି ସେମାନଙ୍କର ଉଦ୍‌ବୋଧନ ଦେଇଥିଲେ । କର୍ମଶାଳାରେ ଓସାଫି, କ୍ଷୁଦ୍ର ଉଦ୍ୟୋଗ ବିକାଶ ବ୍ୟାଙ୍କ ସହାୟତାରେ ମହିଳାମାନଙ୍କ ଜୀବନ ଜୀବିକା ନିମନ୍ତେ ପରିଚାଳିତ ଜିଲ୍ଲାରେ ଚାଲୁଥିବା କାର୍ଯ୍ୟକ୍ରମର ଅଂଶ ସରୂପ ବଲାଙ୍ଗିର ଜିଲ୍ଲାର ସଦରବ୍ଲକ, ପୁଇତଲା ଏବଂ ଦେଓଗାଁ ବ୍ଲକରେ ଥିବା ଗ୍ରାମମାନଙ୍କର ମହିଳା ସଶକ୍ତିକରଣ ନିମନ୍ତେ ତଥା ସେମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ପ୍ରକାର ବିକାଶର ତାଲିମ ପ୍ରଦାନ କରାଯାଇଥିଲା । ଉପସ୍ଥିତ ଅତିଥିମାନେ ବିଭିନ୍ନ ସରକାରୀ ଯୋଜନା ତଥା ବଜାରିକରଣ ଉପରେ ବିଶେଷ ଗୁରୂତ୍ଵ ପ୍ରଦାନ କରିଥିଲେ । ଭାରତ ସରକାରଙ୍କ ସହାୟତାରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କୃଷକ ଉତ୍ପାଦକ କମ୍ପାନୀ ଗୁଡିକ ସ୍ୱୟଂ ସହାୟକ ଦଳର ବିଭିନ୍ନ ଉତ୍ପାଦ ଗୁଡିକର ବଜାରିକରଣ କରିପାରିବ ବୋଲି ହୃଷିକେଶ ସାହୁ ମତ ପ୍ରକାଶ କରିଥିଲେ । କର୍ମଶାଳାର ଶେଷରେ ଓସାଫିର ମୁଖ୍ୟନିର୍ବାହୀ ଅଧିକାରୀ ନରେନ୍ଦ୍ର ନାଏକ କହିଥିଲେ ଯେ, ମହିଳା ସଶକ୍ତିକରଣ ଓ ଜୀବନ,ଜୀବିକା କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଅନ୍ୟ ଜିଲ୍ଲା ଗୁଡିକର ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରା ଯିବାର ବ୍ୟବସ୍ଥା କରାଯିବ । ଦେବାଶିଷ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.