ଆଜି ଓପିଏସସିର ଅଧ୍ୟକ୍ଷ ଭାବରେ ଦାୟି‌ତ୍ୱ ଗ୍ରହଣ କରିବେ ସତ୍ୟଜିତ୍ ମହାନ୍ତି

ଭୁବନେଶ୍ୱର : ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି ପୋଲିସ ସେବାରୁ ସ୍ବେଚ୍ଛାକୃତ ଅବସର ନେଇଥିବା ବେଳେ ଆଜି ଓଡିଶା ଜନସେବା ଆୟୋଗ (ଓପିଏସସି)ର ଅଧ୍ୟକ୍ଷ ଭାବରେ ଦାୟି‌ତ୍ୱ ଗ୍ରହଣ କରିବେ । ୧୯୮୮ ବ୍ୟାଚର ଏହି ଆଇପିଏସ୍ ଅଫିସର ଜୟପୁରରୁ ୧୯୯୦ ମସିହାରେ ଏଏସପି ଭାବେ ଚାକିରି ଆରମ୍ଭ କରିଥିଲେ । ପରେ କୋରାପୁଟ, ରାଉରକେଲା, କଟକ ଓ ବାଲେଶ୍ୱରରେ ଏସପି ଭାବେ କାର୍ୟ୍ୟ କରିଛନ୍ତି । ଟ୍ୱିନ୍ ସିଟି ପୋଲିସ କମିଶନର ଭାବେ ସେ ଉଲ୍ଲେଖନୀୟ କାର୍ୟ୍ୟ କରି ଚର୍ଚ୍ଚାକୁ ଆସିଥିଲେ । ଡିଜିପି, ଅଗ୍ନିଶମ ଡିଜି ଭାବେ ସେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି । ଶ୍ରୀ ମହାନ୍ତିଙ୍କୁ କଟକସ୍ଥିତ ନରାଜ ଠାରେ ରବିବାର ବିଦାୟ ଦିଆଯାଇଥିଲା । ପରେ ସେ ଭୁବନେଶ୍ୱରର ଓଡିଶା ପୋଲିସ୍ ଟ୍ରେନିଂ ଏକାଡେମୀରେ ଏକ ବିଦାୟୀ ସଭା କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.