jayashree

ୱାନ୍ ନେସନ୍ ୱାନ୍ କାର୍ଡ ବ୍ୟବସ୍ଥା ପ୍ରଚଳନ କେବେ ?

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୱାନ୍ ନେସନ୍ ୱାନ୍ କାର୍ଡ ବ୍ୟବସ୍ଥା ପ୍ରଚଳନ କେବେ ? କେନ୍ଦ୍ର ସରକାରଙ୍କ ପକ୍ଷରୁ ନିକଟରେ ୱାନ୍ ନେସନ୍ ୱାନ୍ କାର୍ଡ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଏହି ବ୍ୟବସ୍ଥା ଦ୍ବାରା ଦେଶର ଯେକୌଣସି ସ୍ଥାନରୁ ରାସନ୍ କାର୍ଡ ହିତାଧିକାରୀ ରାସନ୍ ନେଇ ପାରିବେ । ତେବେ ଏହି ବ୍ୟବସ୍ଥା ସେପ୍ଟେମ୍ବର ମାସରୁ ଲାଗୁ ହୋଇଥିବା ବେଳେ କିଛି ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ବେରୁଆଁବାଡି ପଞ୍ଚାୟତରେ କାର୍ଯ୍ୟରତ ଯୋଗାଣ ସହାୟକ ଏହି ବ୍ୟବସ୍ଥାର ଧଜିଆ ଉଡାଇଥିବା ଅଭିଯୋଗ କରିଛନ୍ତି, ଜଣେ ହିତାଧିକାରୀ । ସୂଚନା ଅନୁସାରେ ସାନଖେମୁଣ୍ଡି ବ୍ଳକ ଆଡପଡା ପଞ୍ଚାୟତର ମମତା ପାଢ଼ୀ ନାମକ ଜଣେ ହିତାଧିକାରୀ କିଛି ଦିନ ଧରି ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ବେରୁଆଁବାଡିଠାରେ ରହୁଛନ୍ତି । ତେବେ ସେ ବେରୁଆଁବାଡି ପଞ୍ଚାୟତକୁ ରାସନ୍ ପାଇଁ ଯାଇଥିବା ବେଳେ ତାଙ୍କୁ ରାସନ୍ ମିଳିନଥିବା ସେ କହିଛନ୍ତି । ଅପରପକ୍ଷେ ଏନେଇ ବେରୁଆଁବାଡି ଯୋଗାଣ ସହାୟକଙ୍କୁ ପଚାରିବାରୁ ଷ୍ଟକ୍ ନଥିବାରୁ ତାଙ୍କୁ ଫେରାଇ ଥିଲି । ଷ୍ଟକ ଆସିଲେ ଦିଆଯିବ ବୋଲି କହିଛନ୍ତି । ତେବେ ଏଭଳି ସ୍ଥିତିରେ ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଆମ ରାଜ୍ୟରେ ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ ଖୁବଶୀଘ୍ର କାର୍ଯ୍ୟକାରୀ କରାଯାଇ ବୃହତ୍ତମ ଗଞ୍ଜାମ ଜିଲ୍ଲାର ପ୍ରତିଟି ଗ୍ରାମାଞ୍ଚଳରେ ଏହି କାର୍ଯ୍ୟ ଶୀଘ୍ର ଲାଗୁ ହେବାକୁ ସାଧାରଣରେ ଦାବୀ ହୋଇଛି । ଯେହେତୁ ଗଞ୍ଜମ ଜିଲ୍ଲାର ଅନେକ କୃଷିଜୀବୀ କାର୍ୟ୍ୟରେ ବ୍ୟସ୍ତ ଏବଂ ଅନେକ ଶ୍ରମଜୀବି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି, ତେଣୁ ସେମାନେ ଯେତେବେଳେ ଯେଉଁଠିକୁ ଚଳିବାକୁ ଗଲେ ମଧ୍ୟ ସେମାନେ ରାସନ ପ୍ରତିମାସରେ ପାଇବାରେ କୌଣସି ଅସୁବିଧା ହେବ ନାହିଁ । ତେଣୁ ବିଶେଷକରି ଏହି ଗଞ୍ଜାମଜିଲ୍ଲାରେ ଖୁବଶୀଘ୍ର ଓ୍ବାନ୍ ନେସନ୍ ଓ୍ବାନ୍ ରାସନ୍ କାର୍ଡ ଲାଗୁ ହେବାକୁ ଦାବୀ ହୋଇଛି ।

Leave A Reply

Your email address will not be published.