ମନେ ପଡିଲେ ଓଁକାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ସନ୍ଧ୍ୟା ଘ ୬.୧୫ ମି. ସମୟରେ ବଲାଙ୍ଗିରର ଗର୍ବ ଓ ଗୌରବ ସ୍ୱର୍ଗତ ଓଁକାର ପାଣିଗ୍ରାହୀଙ୍କ ଶ୍ରାଦ୍ଧ ଅବସର ଏକ ଭର୍ଚୁଆଲ ସଭା ଆୟୋଜିତ ହୋଇଯାଇଛି । ଆମେ ମନେ ପକାଇବା ସ୍ବର୍ଗତ ଓଁକାର ପାଣିଗ୍ରାହୀଙ୍କୁ । ଡ଼. ସଞ୍ଜୟ କୁମାର ମିଶ୍ରଙ୍କ ଆବହକତ୍ୱରେ ଶିକ୍ଷାବିତ ସନାତନ ଠାକୁରଙ୍କ ସଭାପତିତ୍ୱରେ ଆୟୋଜିତ ଏ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ପ୍ରଫେସର ଡ଼. ସନ୍ତୋଷ କୁମାର ରଥ ବକ୍ତା ଭାବରେ ଯୋଗ ଦେଇ ସ୍ବର୍ଗତ ଓଁକାରଙ୍କ ଗୁଣାବଳୀ ବିଷୟରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସନ୍ଦୀପ କୁଅଁର, କିଶୋର ମିଶ୍ର ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.