ପବିତ୍ର ଦଶହରା ଉପଲକ୍ଷେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲରେ ନବରାତ୍ରି ସହିତ ଡ଼ାଣ୍ଡିୟା ନାଇଟ ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ ଭ୍ୟାଲି ସ୍କୁଲରେ ଚଳିତ ବର୍ଷ ପବିତ୍ର ନବରାତ୍ରି ଉପଲକ୍ଷେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସହ ଅଭିଭାବକମାନଙ୍କୁ ନେଇ ଦୁଇ ଦିନିଆ ଡ଼ାଣ୍ଡିୟା ନାଇଟ୍‌ ଆୟୋଜିତ ହୋଇଯାଇଛି । ୧୮ ତାରିଖ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଟିଟିଲାଗଡ଼ର ଉପଜିଲ୍ଲାପାଳ ଦୟାମୟ ପାଢୀ, ଓମ ଭ୍ୟାଲି ସ୍କୁଲ ଚେୟାରମେନ୍ ଦୀପକ ସାହୁ, ଭାଇସ୍ ଚେୟାରମେନ ସଙ୍ଗୀତା ସାହୁ ଉପସ୍ଥିତ ଥିଲେ । ପ୍ରଥମ ସଂଧ୍ୟାରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ରାମାୟଣ ବିଷୟରେ ଏକ ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା । ଯାହାକୁ ଦେଖି ସମସ୍ତେ ବିମୋହିତ ହୋଇଯାଇଥିଲେ, ତା’ପରେ ଡ଼ାଣ୍ଡିୟା ନୃତ୍ୟ ଅନୁଷ୍ଠିତ ହୋଇଥିଲା । ସେହିପରି ଦ୍ୱିତୀୟ ସଂଧ୍ୟାରେ ସହରର ଅନ୍ୟ ଅତିଥିମାନେ ଆସି ଯୋଗ ଦେଇଥିଲେ । ସ୍କୁଲ ଅଧ୍ୟକ୍ଷ ମହେଶ୍ୱର ପ୍ରସାଦ ମିଶ୍ର ଆସିଥିବା ଅତିଥିଙ୍କୁ ମଞ୍ଚରେ ସମ୍ମାନୀତ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ପ୍ରତିଯୋଗୀଙ୍କୁ ବିଚାର କରିବା ପାଇଁ ଜଜ ମଧ୍ୟ ଆସିଥିଲେ, ସେଥିରେ ସଫଳ ହୋଇଥିବା ପ୍ରତିଯୋଗୀଙ୍କୁ ସମ୍ମାନୀତ କରାଯାଇଥିଲା । ବହୁତ ହସ ଉଲ୍ଲାସର ସହ ନବରାତ୍ରୀ ଓ ଡାଣ୍ଡିୟା ଖେଳିଥିଲେ ଛାତ୍ରଛାତ୍ରୀ, ଅଭିଭାବକ ଓ ଅତିଥି । ପିଲାଙ୍କ ମନରେ ଆଧ୍ୟାତ୍ମିକ ପରିବେଶ ସହ ଭଗବାନଙ୍କ ବିଷୟରେ ସେମାନଙ୍କୁ ଅବଗତ କରାଇବାକୁ ଏହି ଚେଷ୍ଟା ବୋଲି ସ୍କୁଲ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସ୍କୁଲ କୋର୍ଡିନେଟର ନିଶି ବେରି, ନୃତ୍ୟଗୁରୁ ସିବାଙ୍କ ସହ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.