ଓମ୍‌ ଶାନ୍ତି ଯୋଗପୀଠର ତ୍ରୟୋମାସିକ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାଜେନ୍ଦ୍ର ପାର୍କ ଠାରେ ଓମ୍‌ ଶାନ୍ତି ଯୋଗପୀଠର ତ୍ରୟୋମାସିକ ସଭା ସଭାପତି ନାରାୟଣ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଚୁଡେନ୍ଦ୍ର କୁମାର ବେହେରା ପୂର୍ବ ସଭାର ବିଷୟବସ୍ତୁକୁ ଅନୁମୋଦନ କଲା ପରେ ସଭା କାର୍ଯ୍ୟକୁ ଆଗେଇ ନେଇଥିଲେ । ଏଥିରେ ମୁଖ୍ୟତଃ ସଭ୍ୟମାନେ ନିୟମିତ ଯୋଗ କେନ୍ଦ୍ରରେ ଯୋଗଦାନ, ନୂତନ ସଭ୍ୟ ସଂଗ୍ରହ, ବାର୍ଷିକ ସଭ୍ୟ ଚାନ୍ଦା, ଆଗାମୀ ଦିନରେ ଯୋଗ କେନ୍ଦ୍ର ତରଫରୁ ହେବାକୁ ଥିବା ବାର୍ଷିକ ଉତ୍ସବ ପାଳନ, ବାର୍ଷିକ ବଣଭୋଜି, ବାର୍ଷିକ ଅଡିଟ, ଗୁରୁ ପୂର୍ଣ୍ଣିମା, ଜଳସାଇ ଇତ୍ୟାତି ପାଳନ ଉପରେ ସମସ୍ତ ସଭ୍ୟଙ୍କ ମତାମତ ନେଇଥିଲେ । ଟ୍ରେଜେରର୍‌ ସତ୍ୟନାରାୟଣ ନାଏକ ତାଙ୍କ ବାର୍ଷିକ ଆୟବ୍ୟୟ ଉପସ୍ଥାପନ କରିଥିଲେ । ଏହି ସଭାରେ ସତ୍ୟାନନ୍ଦ ସାହୁଙ୍କୁ ନୂତନ ସଭ୍ୟ ଭାବରେ ଗ୍ରହଣ କରାଯାଇଥିଲା । ସଭାରେ ସର୍ବଶ୍ରୀ ତ୍ରିଲୋଚନ ଦାଶ, ବିନୟ କୁମାର ମିଶ୍ର, ଦାମୋଦର ଓତା, ଜଗଦିଶ ପ୍ରସାଦ ଅଗ୍ରୱାଲ, ସୁରଥ ବେହେରା, ପ୍ରମୋଦ ଗୁରୁ, ସୁରେନ୍ଦ୍ର ନେଗୀ, ଶିବ ନାରାୟଣ ମାହାଣା, ମନୋରଂଜନ ମିଶ୍ର, ଚିତ୍ତ ରଂଜନ ପଟେଲ, ଦେବୀ ପ୍ରସାଦ ଅଗ୍ରୱାଲ, ସାଜନ ଅଗ୍ରୱାଲ, ସୁଦାମ ପ୍ରସାଦ ଅଗ୍ରୱାଲ, ଚନ୍ଦ୍ର ପ୍ରସାଦ ଅଗ୍ରୱାଲ ଓ ସତ୍ୟାନନ୍ଦ ସାହୁ ଉପସ୍ଥିତ ରହି ସମସ୍ତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସହ-ସଂପାଦକ ରୋହିତ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.