oom

ଓଲଟିଲା ଭ୍ୟାନ : ଅଳ୍ପକେ ବର୍ତ୍ତିଗଲେ ମଦନପୁର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ

jsmm

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଆଦର୍ଶ ବିଦ୍ୟାଳୟରେ ଭଡାସୂତ୍ରରେ ଲାଗିଥିବା ଏକ ଭ୍ୟାନ ଓଡ଼ି ୦୮ ଜେ ୯୦୬୦ ଓଲଟି ପଡିଥିଲା । ମିଳିଥିବା ସୂଚନା ଅନୁସାରେ ଗତକାଲି ୧୯ଜଣ ଛାତ୍ରଛାତ୍ରୀ ଆଦର୍ଶ ବିଦ୍ୟାଳୟରୁ ପାଠପଢି ମ. ରାମପୁର ଫେରୁଥିବା ବେଳ ମଦନପୁର ଆମ୍ବ ବଗିଚା ନିକଟରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା, ସୌଭାଗ୍ୟ ବସତ ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଥିବା ବେଳେ, ଦ୍ୱାଦଶ ଶେଣୀ ଛାତ୍ରୀ ସୃତି ସ୍ମିତା ପ୍ରହରାଜଙ୍କୁ ଆଘାତ ହୋଇ ଥିବାରୁ ଭାବଣିପାଟଣା ଡାକ୍ତରଖାନାକୁ ନିଆଯାଇଥିଲା, ସେଠି ତାଙ୍କ ସ୍ୱାସ୍ଥ୍ୟ ଠିକ୍‌ ଅଛି ବୋଲି ସ୍କୁଲ ପକ୍ଷରୁ ସୂଚନା ମିଳିଛି । ଗାଡି ଦୁର୍ଘଟଣାରେ ଏମିତି ଓଲଟି ଥିଲା ଯେ, ଦେଖିବା ଲୋକ ପିଲାଙ୍କୁ ଭଗବାନ ବଞ୍ଚେଇ ଦେଲେ ବୋଲି ବୁଦ୍ଧିଜୀବୀ ମାନେ କହୁଛନ୍ତି ।

jittmm
Leave A Reply

Your email address will not be published.