ଗଛରେ ପିଟି ହୋଇ ଓଲଟିଲା ପିକ୍‌ ଅପ୍‌ : ୨ ଯୁବକ ଗୁରୁତର

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ଛକଠାରେ ଆଜି ସନ୍ଧ୍ୟା ସମୟରେ ରିସିଡାରୁ ମ.ରାମପୁର ଆସୁଥିବା ଏକ ପିକ୍‌ ଅପ୍‌ ଓଡ଼ି-୦୩-ଏମ-୪୦୩୩ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ଜଣାପଡିଛି । ଗାଡିଚାଳକ ନକୁଳ ହେରନା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗାଡିରେ ବସିଥିବା ସିକେଲକୁପା ଗ୍ରାମର ଧୁବଳେ ଓ ଜିତୁ କୁମରା ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଯୁବକମାନେ ଆମ୍ବୁଲାନ୍ସକୁ ଡାକି
ମ.ରାମପୁର ଡାକ୍ତରଖାନାକୁ ପଠେଇ ଥିଲେ । ମିଳିଥିବା ସୂଚନା ଅନୁସାରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଭବାନୀପାଟଣାକୁ ଉଭୟଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.