oum

ଓଲଟିଲା କାର୍‌ : ଡ୍ରାଇଭର ମୃତ

jsm

ବେତନଟୀ : ବେତନଟୀ ତୁଳସୀଚଉରା ନିକଟସ୍ଥ ପଟ୍ରୋଲ ପମ୍ପ ନିକଟରେ ଏକ କାର୍‌ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ କାର୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି ରାତି ୯ଟା ୩୦ରେ ବାଲେଶ୍ୱର ବାରିପଦା ଅଭିମୁଖେ ଯାଉଥିବା ଏକ କାର୍‌ ବେତନଟୀ ନିକଟସ୍ଥ ତୁଳସୀଚଉରା ନିକଟ ପଟ୍ରୋଲ ପମ୍ପ ନିକଟରେ ଫୁଲ ବଗିଚା ବାଡ଼କୁ ଧକ୍କାଦେଇ ଓଲଟି ପଡ଼ିଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ କାର୍‌ଟିରେ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ୍ତ କରିବାକୁ ପଟ୍ରୋଲ ପମ୍ପ କର୍ମଚାରୀ ମାନେ ଉଦ୍ୟମ କରୁଥିଲେ । ଖବରପାଇ ବେତନଟୀ ପୋଲିସ ଓ ଅଗ୍ନଶମ ବାହିନୀ କାର୍‌ ଭିତରୁ ମୃତ ଦେହ ଉଦ୍ଧାର କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.