
ନୟାଗଡ : ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାକଡକୁ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ଡ୍ରାଇଭର୍ ସମେତ ତିନି ଜଣ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, କାଲେଶ୍ୱର ନାମକ ବସ୍ଟି ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିିଛି । ଅଭୟପୁର ଠାରେ ବସ୍ଟି ରାସ୍ତାକଡକୁ ଓଲଟି ପଡିଥିଲା । ମୃତକ ଦଶପଲ୍ଲା ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର କଲ୍ୟାଣୀ ପଣ୍ଡା ବୋଲି ଜଣାପଡ଼ିଥିବା ବେଳେ ସମସ୍ତ ଗୁରୁତରଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସ୍ରେ ୪ ଯାତ୍ରୀଙ୍କ ସହ ୩ ବସ୍ କର୍ମଚାରୀ ରହିଥିଲେ ।