ଓଲଟିଲା ବୋଲେରୋ : ୧ ମୃତ, ୮ ଗୁରୁତର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଥାନା ବିଲେଇମୁଣ୍ଡାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ହେମଗିରି ଥାନା ଅନ୍ତର୍ଗତ ବାଙ୍କିବାହାଲ ଟପରିଆ ରାସ୍ତାର ବିଲେଇମୁଣ୍ଡାଠାରେ ବିଳମ୍ବିତ ରାତିରେ ଯାତ୍ରୀବାହୀ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇପଡ଼ିଥିଲା । ଫଳରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଓ ଶିଶୁ ସମେତ ୮ ଜଣ ଗୁରୁତର ଥିବାର ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା । ମୃତକ ଜଣକ ହେଲେ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବିଲେଇବାହାଲର ପର୍ଶୁରାମ ମାଝୀ(୩୨) । ଉକ୍ତ ଯାତ୍ରୀମାନେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବିଲେଇବାହାଲରୁ ହେମଗିରି ଥାନା ଅନ୍ତର୍ଗତ ପିଠନପୁରକୁ ଯାଉଥିଲେ ବୋଲି ଜଣାପଡ଼ିଛି । ସୂଚନା ପାଇ ଫାଣ୍ଡି ଅଧିକାରୀ ସୁରୁ ବିଶ୍ଵାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.