ଓଲଟିଲା କମଳା ବୋଝେଇ ପିକ୍‌ଅପ୍‌

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଏକ କମଳା ବୋଝେଇ ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଚାଳକ ଏବଂ ହେଲପର ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ସୋରଡ଼ା ଆଇଆଇସି ରମେଶ ପ୍ରଧାନ ସଦଳବଳ ପହଞ୍ଚି ତଦନ୍ତ କରିଛନ୍ତି । ପ୍ରକାଶ ଯେ, ଛତିଶଗଡ଼ ଅଞ୍ଚଳରୁ କମଳା ବୋଝେଇ ଭ୍ୟାନ୍‌ ନଂ(ସିଜି ୦୪ ଏନ୍‌କେ ୦୫୫୩) ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଗୁରୁବାର ବିଳମ୍ବିତ ରାତିରେ ଘାଟି ରାସ୍ତା ପାର ହେଉଥିବା ବେଳେ ଚାଳକଙ୍କ ଆଖି ଲାଗିଯାଇଥିବାରୁ ଏହି ଦୁର୍ଘଟଣା ହୋଇଥିବା ହେଲପର କହିଛନ୍ତି । ତେବେ ପଥର ୱାଲ୍‌ ଥିବା ଯୋଗୁଁ ପିକ୍‌ଅପ୍‌ଟି ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲା ।

Leave A Reply

Your email address will not be published.