ଦେଓଗାଁ ଓଆଇସିଙ୍କ ବଦଳି, ଆସିବେ ଟିଟିଲାଗଡ଼ ଆଇଆଇସି : ନରକଙ୍କାଳ ଉଦ୍ଧାର ଓ ସୁନା ବ୍ୟବସାୟୀ ହତ୍ୟାର ରହସ୍ୟ ଖୋଲିବ ତ ?

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନାର ଓଆଇସି ରଂଜନ ବରିହାଙ୍କୁ ଟିଟିଲାଗଡ଼ ଥାନାକୁ ବଦଳି ହୋଇଥିବା ଜଣାପଡିଛି । ତାଙ୍କ ବଦଲରେ ଟିଟିଲାଗଡ଼ ଥାନା ଆଇଆଇସି ପ୍ରଭାତ ରଂଜନ ମହାନ୍ତି ଦେଓଗାଁ ଥାନାକୁ ଆସିବେ । ଓଆଇସିଙ୍କ ବଦଳି ଜଣାପଡିବା ପରେ ଦେଓଗାଁ ଥାନା ଅଞ୍ଚଳରେ ଗୋଟିଏ ବର୍ଷରେ ୧୧ ମାସ ମଧ୍ୟରେ ସମାନ ଢଙ୍ଗରେ ନିଖୋଜ ହୋଇ ଗୋଟିଏ ନରକଙ୍କାଳ ଓ ମୃତ୍ୟୁ ଦେହ ଠାବ ହୋଇଥିବା ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ଦୁଇଟି ଘଟଣା ଗୁପ୍ତଧନ କାରବାରକୁ ନେଇ ହୋଇଥିବା ଚର୍ଚ୍ଚା ହେଉଥିଲେ ବି ପଛଘୁଞ୍ଚା ଦେଇ ଚୁପ ରହିଛି ଦେଓଗାଁ ପୁଲିସ । ବିଭିନ୍ନ ସମୟରେ ଦେଓଗାଁ ରାସ୍ତା ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଗାଡିକୁ କାବୁ କରୁଥିଲେ ବି ମାଷ୍ଟର ମାଇ‌ଣ୍ଡ କେବେ ଧରାପଡି ନାହାନ୍ତି । ଏହି ଘଟଣା ଗୁଡିକୁ ନେଇ ଦେଓଗାଁ ଓଆଇସି ଚର୍ଚ୍ଚାରେ ରହି ଆସୁଥିଲେ । ପ୍ରକାଶ ଥାଉକି ଗତ ୨୦୨୦ ଜାନୁୟାରୀ ୨୧ ତାରିଖରେ ବଡ଼ବନ୍ଧ ପଞ୍ଚାୟତ ସିଲେଟକାନୀ ଗାଁର ଏକ ଇଟାଭାଟିରୁ ବବୁଲୁ ବଗର୍ତ୍ତୀ ନାମକ ଏକ ୧୧ ବର୍ଷୀୟ ବାଳକ ନିଖୋଜ ହୋଇଥିଲା । ନିଖୋଜର ୧୫ ଦିନ ପରେ ନଦୀ ଭିତରୁ ଉକ୍ତ ଶିଶୁର ନରକଙ୍କାଳ ଉଦ୍ଧାର ହୋଇଥିଲା । ଏହି ଘଟଣାକୁ ବର୍ଷେ ବର୍ଷ ବିତିଯାଇଥିଲେ ବି ଘଟଣା ଉପରୁ ପରଦା ହଟାଇବାରେ ଫେଲ ମାରିଛି ଦେଓଗାଁ ପୁଲିସ । ସେହିପରି ଗତ ନଭେମ୍ବର ମାସରେ ହାତୀସରା ଗାଁର ନିଖୋଜ ସୁନା ବ୍ୟବସାୟୀ ଗଜାନନ ମେହେରର କ୍ଷତ ବି କ୍ଷତ ମୃତ ଦେହକୁ ଚିପାକାନି ଜଙ୍ଗଲ ଭିତରୁ ପୁଲିସ ଉଦ୍ଧାର କରିଥିଲେ । ହେଲେ ଗଜାନନକୁ କିଏ ଓ କାହିଁକି ହତ୍ୟା କଲା ତାକୁ ବି ଖୋଜି ବାହାର କରିବାରେ ବିଫଳ ହୋଇଛନ୍ତି ଦେଓଗାଁ ଓଆଇସି । ଏବେ ତାଙ୍କ ବଦଳି ଖବର ଜଣାପଡିବା ପରେ ଏହି ଦୁଇ ହତ୍ୟାକାଣ୍ଡକୁ କିଭଳି ଭାବରେ ନେବେ ଦେଓଗାଁକୁ ଆସୁଥିବା ନୂତନ ଆଇଆଇସି ତାକୁ ଦେଖିବା ବାକି ରହିଛି ।

Leave A Reply

Your email address will not be published.