om academy

ଫାୟାର ଅଫିସ ରାସ୍ତାରେ ସବୁବେଳେ ଜମି ରହୁଛି ପାଣି

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲରେ ଥିବା ଫାୟାର ଅଫିସ ଜର୍ଜଗଡ଼ ଗ୍ରାମରେ ଅବସ୍ଥିତ । ତହସିଲ ଅଫିସରୁ ମାତ୍ର ୪୦୦ ମିଟର ଦୂରରେ ରହିଛି ଏହି କାର୍ଯ୍ୟାଳୟ, ଏହାକୁ ଲାଗି ଆଉ ଗୋଟିଏ କୃଷି କାର୍ଯ୍ୟାଳୟ ମଧ୍ୟ ଏଠାରେ ଅଛି । ଦୈନନ୍ଦିନ ଏହି ଅଫିସ ମାନଙ୍କୁ ଅନେକ ଲୋକ ତଥା ଗ୍ରାମବାସୀ ମାନେ ଯିବା ଆସିବା କରନ୍ତି । ଏଠାକୁ ଯିବା ରାସ୍ତାଟି ଅଣଓସାରିଆ ହୋଇଥିବା ବେଳେ ବାଟରେ ଥିବା ଗୋଟିଏ ଟିଉବୱେଲ ଥିବା ସ୍ଥାନରେ ବୁଲି କରି ଯିବାକୁ ପଡେ ଏହି ଅଫିସ ମାନଙ୍କୁ । ଏହି ରାସ୍ତାରେ ସବୁବେଳେ ପାଣି ଜମି ରହିଥାଏ । ତେଣୁ ଗାଡି ମଟର ଯିବା ଆସିବାରେ ବହୁତ କଷ୍ଟ ହୋଇଥାଏ ଏହି ଯାଗାରେ । ଏକେତ ଅଣଓସାରିଆ ରାସ୍ତା ପୁଣି ରାସ୍ତାରେ ଜମିରହୁଛି ପାଣି, ଆଗ ପଟରୁ ଯଦି ଗାଡି ଆସୁଥିବ ତେବେ କଥା ସରିଲା, କେଉଁ ଗାଡି କିପରି ବେକ୍‌ କରିବ କେବଳ ଦେଖିବା ଲୋକହିଁ ଜାଣି ପାରିବ । ଏହି ଅଫିସ ଦୁଇଟି ଯାକ ଲୋକଙ୍କ ଯିବା ଆସିବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ପ୍ରଶାସନ ଶୀଘ୍ର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହାର ସୁବ୍ୟବସ୍ଥା କରିବାକୁ ଦାବୀ ହୁଏ ।

Leave A Reply

Your email address will not be published.