ଓଡିଶାର ପାରମ୍ପରିକ କଳା, ସଂସ୍କୃତି ଓ ଭାଷା ସାହିତ୍ୟକୁ ଉଜ୍ଜବିତ କରି ରଖିବା ଲକ୍ଷ୍ୟରେ ଆଚଂଳିକ ଓଡିଶୀ ସଂକୀର୍ତ୍ତନ ସମ୍ମିଳନୀ

ଡେଲାଙ୍ଗ, (ଦିଲୀପ କମୁାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ଗ୍ରାମ ପଚାଂୟତ ଶିଶୁଆପଡା ଗ୍ରାମର ଭାଗବତ ସଂକୀର୍ତ୍ତନ ମଣ୍ଡଳୀ ଆନୁକୁଲ୍ୟରେ ମଙ୍ଗଳବାର ଆଚଂଳିକ ଓଡିଶୀ ସଂକୀର୍ତ୍ତନ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ବାୟକ ଧୁଳିରାମ ଜେନା ଓ ଗାୟକ ରୋହିତ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିଲା । ଏଥିରେ ଶିଶୁଆପଡା, ଘୋରଡିଆ, ଯୋରକଣୀ, ପାଣ୍ଡିଆବିଲି, ବେଣ୍ଟା ଓ ମୁନିନ୍ଦାର ୬ଟି ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରି ଏଠାରେ ନିଜ ନିଜ ଶୈଳୀରେ ସଂକୀର୍ତ୍ତନ ପରିବେଶଣ କରିଥିଲେ । ପାରମ୍ପରିକ, କଳା ସଂସ୍କୃତି ଓ ଓଡିଆ ଭାଷା ସାହିତ୍ୟକୁ ଉଜ୍ଜବୀତ କରି ରଖିବା ଲକ୍ଷ୍ୟରେ ଏହି ସମ୍ମିଳନୀର ଆୟୋଜନ ବୋଲି ବାୟକ ଧୁଳିରାମ ଜେନା ଓ ଗାୟକ ମାର୍ତ୍ତଣ୍ଡ ଦୁର୍ଗା ପ୍ରସାଦ ସାହୁ କହିଛନ୍ତି । କଲ୍ୟାଣପୁର ପଚାଂୟତ ସରପଚଂଙ୍କ ପ୍ରତିନିଧି ସଂଜୟ ଜେନା, ଶିକ୍ଷକ ପବିତ୍ର ମୋହନ ଜେନା, ଦୁର୍ଗା ପ୍ରସାଦ ସାହୁ, ମନୋରଂଜନ ଜେନା, ଅନିଲ ଜେନା, ଦିଗାମ୍ବର ଜେନା ଏବଂ ଶିଶୁଆପଡା ଗ୍ରାମବାସୀ ପ୍ରମୁଖ ସମ୍ମିଳନୀରେ ସହଯୋଗ କରିଥିଲେ ।

Leave A Reply

Your email address will not be published.