ଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାର ଦ୍ୱାରା ନୂଆ ଓ ଯୁବ ଓଡିଶା କାର୍ଯ୍ୟକ୍ରମର ସମୀକ୍ଷା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ବିଭାଗ ସହ ନିର୍ଦେଶିକା ଡଃ ମମତା ପଣ୍ଡା ପରିଦର୍ଶନ କରି ଉଚ୍ଚ ଶିକ୍ଷା ବିଭାଗ ଓ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ପରିଚାଳିତ ହୋଇଥିବା ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀମାନଙ୍କ ଉପସ୍ଥିତରେ ସାଂସ୍କୃତିକ ବିଭାଗ, ସାମାଜିକ ବିଭାଗ ଓ ସାମାଜିକ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କେବେ ଓ କେମିତି ଭାବେ ଆୟୋଜିତ ହୋଇଥିଲା ସେ ବିଷୟରେ ସମୀକ୍ଷା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ ଓ ନୋଡାଲ ଅଫିସର ଯୁଧିଷ୍ଠିର ବେହେରାଙ୍କୁ ବିଭିନ୍ନ ବିଷୟରେ ପଚାରି ବୁଝି ସରକାର ଦ୍ୱାରା ଦିଆଯାଇଥିବା ପାଣ୍ଠିର ସମ୍ପାଦନା ଓ ଉପଯୋଗ ଠିକ ଭାବେ ହେଇଛି ନା ନାହିଁ ସମୀକ୍ଷା କରିଥିଲେ । ଏତଦ ବ୍ୟତୀତ ବିଭିନ୍ନ ନଥିପତ୍ର ଯାଞ୍ଚ କରିବା ସହିତ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଗତ ତିନି ବର୍ଷରେ ପ୍ରଦାନ କରାଯାଇଥିବା ପୋଷ୍ଟ ମାଟ୍ରିକ ବୃତ୍ତି ବିଷୟରେ ମଧ୍ୟ ସମୀକ୍ଷା କରି ରିପୋର୍ଟ ମଧ୍ୟ ନେଇଥିଲେ । ତାଙ୍କର ପରିଦର୍ଶନ ସମୟରେ ମହାବିଦ୍ୟାଳୟର ଗ୍ରନ୍ଥାଗାର, ଶ୍ରେଣୀଗୃହ, ଛାତ୍ରୀ ଓ କର୍ମଚାରୀ ଶୌଚାଳୟକୁ ବୁଲି ଦେଖିବା ସହିତ ୫-ଞ ଅନ୍ତର୍ଗତ ଦିଆଯାଇଥିବା ୫୦ ଲକ୍ଷ୍ୟ ଟଙ୍କାର ମହାବିଦ୍ୟାଳୟର ଉନ୍ନତିକରଣର ସମୀକ୍ଷା କରି ସନ୍ତୁଷ୍ଟି ପ୍ରକାଶ କରିଥିଲେ । ପ୍ରାୟ ଗୋଟିଏ ଘଣ୍ଟା ମହାବିଦ୍ୟାଳୟରେ ରହି ଅନ୍ୟ ମହାବିଦ୍ୟାଳୟ ପରିଦର୍ଶନ ଅଭିମୁଖେ ଯାତ୍ରା କରିଥିଲେ ।

Leave A Reply

Your email address will not be published.