ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ନିପୁଣ ଓଡି଼ଶା ମେଳା-୨୦୨୫ କାର୍ଯ୍ୟକ୍ରମ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡଉଡାରଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧିନସ୍ଥ ସମସ୍ତ ୧୨ ଗୋଟି କ୍ଲଷ୍ଟରରୁ ଚୟନିତ ଏଫ୍ଏଲ୍ଏନ୍ ଗ୍ରେଡ (ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର) ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଆଧାରିତ ଟିଏଲ୍ଏମ୍ ଗୁଡି଼କ ତିଆରି କରି ଆଣି ବିଭିନ୍ନ ଷ୍ଟଲ୍ ମଧ୍ୟରେ ସଜାଇ ପ୍ରଦର୍ଶନ କରାଯାଇଥିଲା । ମୁରିବାହାଲ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ଶିକ୍ଷକ ଶିକ୍ଷା ତାଲିମ କେନ୍ଦ୍ରର ବରିଷ୍ଠ ଅଧ୍ୟାପକ ଡ଼. ପ୍ରଶାନ୍ତ କୁମାର ନିଖଣ୍ଡିଆ, ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା ନିରୁପମା ଗହୀର, ଗ୍ରାମର ବରିଷ୍ଠ ଶିକ୍ଷାବିତ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ନାରାୟଣ ଲୁହା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଭୋଇ, କାନ୍ତାରାମ ଧରୁଆ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଲେଖ ଭୋଇ, ବଡଉଡ଼ାର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିଲ କୁମାର ବେହେରା, ଲେବଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପଦ୍ମଲୋଚନ ତାଣ୍ଡି ଯୋଗ ଦେଇଥିଲେ । ମଞ୍ଚାସୀନ ଅତିଥିମାନେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଶିକ୍ଷା ମାର୍ଗଦର୍ଶୀ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଚୂଡ଼ାମଣି ନାୟକ ଶପଥ ପାଠ କରାଇଥିଲେ । ଏହାପରେ ଅତିଥିମାନେ ଷ୍ଟଲଗୁଡିକ ଉଦ୍ଘାଟନ କରି ଟିଏଲ୍ଏମ୍ ମେଳା ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧିନସ୍ଥ ସମସ୍ତ ୧୨ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ସଂଯୋଜକ, ବିଭିନ୍ନ ବିଦ୍ୟାଳୟରୁ ଏଫ୍ଏଲ୍ଏନ୍ ଗ୍ରେଡ ଶିକ୍ଷକ/ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ଗାଇଡ଼ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ/ଅଭିଭାବିକାମାନେ ଯୋଗ ଦେଇଥିଲେ । ଏହି ମେଳାଟିକୁ କୁନିକୁନି ଛାତ୍ରଛାତ୍ରୀମାନେ ବେଶ୍ ଉପଭୋଗ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଷ୍ଟାଫ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ କୁମୁଦ ବିହାରି ବେଦବାକ୍ ସଂଯୋଜନା କରିଥିବା ବେଳେ ଶେଷରେ ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ବାସ୍ତବିକ ଏହି କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀଙ୍କ ନିମନ୍ତେ ବହୁ ଉଚ୍ଚକୋଟିର ଏବଂ ପ୍ରେରଣାଦାୟୀ ହୋଇଥିଲା ।
Prev Post