centurian jitm

ଦର୍ଶନରେ ପ୍ରକମ୍ପିଲା ନିପୂଣ ଓଡ଼ିଶା ମେଳା

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ନିପୁଣ ଭାରତର ଏକ ଅଂଶ ବିଶେଷ ନିପୂଣ ଓଡ଼ିଶା ମେଳା ଡେଲାଙ୍ଗ-ବ୍ଲକର ବିଭିନ୍ନ ଆଞ୍ଚଳିକ ସାଧନ କେନ୍ଦ୍ର ମାନଙ୍କ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ନିପୂଣ ଓଡ଼ିଶା ମେଳାର ବିଭିନ୍ନ ସ୍ଥାନରେ ଏବିଇଓ ଲକ୍ଷ୍ମଣ ପ୍ରଧାନ, ସୁଷମା ଦାଶ ଯୋଗଦେଇ ମେଳାରେ ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଭାଗିତାରୁ ଗଣିତ ଓ ଭାଷା ଜ୍ଞାନରେ ପିଲାମାନଙ୍କର ପ୍ରାଥମିକ ସ୍ତର ଆହୁରି ସୁଦୃଢ଼ ହେବ ବୋଲି କହିଛନ୍ତି । ଏ ପରିପ୍ରେକ୍ଷୀରେ ବଡ଼ ଆଙ୍କୁଲା ଆଞ୍ଚଳିକ ସାଧନ କେନ୍ଦ୍ରର ପ୍ରାୟ ୧ମରୁ ୩ୟ ଶ୍ରେଣୀ ଅନ୍ତର୍ଗତ ୮୦ ଜଣ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଅମାଳଙ୍ଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିପୂଣ ଓଡ଼ିଶା ମେଳାରେ ଶୈକ୍ଷିକ ଉପକରଣ ପ୍ରଦର୍ଶନ, କଥୋପକଥନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି ଲୋକନାଥ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ମେଳାରେ ସରପଞ୍ଚ ଦୀପକ କୁମାର ସାହୁ, ନାଏବ ସରପଞ୍ଚ, ପ୍ରଧାନ ଶିକ୍ଷୟିତ୍ରୀ ମମତା ପଣ୍ଡା ଶିକ୍ଷକ ରବିନ୍ଦ୍ର ନାଥ ବେହେରା, ପ୍ରଦୀପ ସେଠୀ, ଅଭୟ ଚରଣ ସାହୁ, ପୁଷରଞ୍ଜନ ନାୟକ, ହାଡିରାମ ସିଂ ପ୍ରମୁଖ ଯୋଗଦେଇ ଏହି ମେଳା ହିଁ ପ୍ରାଥମିକ ଶିକ୍ଷାର୍ଥୀଙ୍କର ଗଣିତ ଓ ଭାଷା ଜ୍ଞାନରେ ପ୍ରତ୍ୟେକ୍ଷ ଅନୁଭୂତି ଦ୍ୱାରା ସେମାନଙ୍କର ଶୈକ୍ଷିକ ଗୁଣାତ୍ମକ ଦିଗର ଅଭିବୃଦ୍ଧି ହୋଇପାରିବ ବୋଲି ପ୍ରକାଶ କରି ପ୍ରତିବର୍ଷ ଏ କାର୍ଯ୍ୟକ୍ରମ ଚାଲୁ ରହିଲେ ଏହା ପ୍ରାଥମିକ ଶିକ୍ଷାକୁ ଚଳଚଞ୍ଚଳ କରିବ ବୋଲି କହିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଯୁବ ଶିକ୍ଷକ ସୂର୍ଯ୍ୟକାନ୍ତ ନାୟକ ସଂଯୋଜନା ଓ ପରିଚାଳନା କରିଥିଲେ । ପରିଚାଳନାରେ ଶିକ୍ଷୟିତ୍ରୀ ବୀଣାପାଣି ରାଉତ, ଦୀପ୍ତିରେଖା ବେହେରା, ଅନସୂୟା ସାହୁ, ଅନିତା ବେହେରା, ସତ୍ୟଭମା ବେହେରା, କୁନିମଣି ମଲ୍ଲିକ, ବାସନ୍ତୀ ବେହେରା, ଶିକ୍ଷକ ଦେବାଶିଷ ପ୍ରଧାନ, ସୀତାକାନ୍ତ ରାଉତରାୟ, କମିଟି ସଭ୍ୟସଭ୍ୟା ଓ ଅଭିଭାବକମାନେ ସହଯୋଗ କରିଥିଲେ । ସେହିପରି ସିଆର୍‌ସିସି ପବିତ୍ର ପଣ୍ଡା, ବସନ୍ତ ସେଠୀ, ଅଭିମନ୍ୟୁ ପ୍ରଧାନ, ଦୟାନିଧି ମାର୍ଥା, କ୍ଷେତ୍ରବାସୀ ଆଳୁକ, ତପନ ମଲ୍ଲିକ, କୃତିବାସ ପରିଡ଼ା, କୈଳାସ ସ୍ଵାଇଁ, ମନୋଜ ମହାରଣା, ପ୍ରଫୁଲ୍ଲ ଦାସ ସେମାନଙ୍କ ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ନିପୂଣ ଓଡ଼ିଶା ମେଳାକୁ ସୁରୁଖୁରୁରେ ସମାପନ କରିଛନ୍ତି । ବାନାମ୍ବର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପକୃଷ୍ଣ ତ୍ରିପାଠୀ, ସିଆର୍‌ସିସି ଜଗନ୍ନାଥ ପରିଡ଼ାଙ୍କ ତତ୍ତ୍ଵାବଧାନ ଓ ଶିକ୍ଷକ ଚକ୍ରଧର ମହାପାତ୍ର, ମଦନ ମୋହନ ଜେନା, ପ୍ରଦୀପ ପ୍ରଧାନ, ଶିକ୍ଷୟିତ୍ରୀ ଓ କମିଟି ସଭାପତି ଆଦିଙ୍କ ସହଯୋଗରେ ନିପୂଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଏ କାର୍ଯ୍ୟକ୍ରମକୁ ବିଇଓ ଦ୍ୱିତିକାନ୍ତ ପ୍ରଧାନ ଓ ଏବିଇଓ ସଞ୍ଜୁକ୍ତା ମିଶ୍ରଙ୍କ ସହ ସମସ୍ତେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.