oom

ଓଡ଼ିଶା ଜର୍ଣ୍ଣାଲିଜିମ୍‌ ଆୱାର୍ଡ-୨୦୨୩ରେ ସମ୍ମାନିତ ହେବେ ୬ଜଣ ବରିଷ୍ଠ ସାମ୍ବାଦିକ

jsmm

ଭୁବନେଶ୍ୱର : ନୂଆଦିଲ୍ଲୀର ‘ପଲ୍ଲୀବାଣୀ ମିଶନ’ ପକ୍ଷରୁ ଦିଆଯାଉଥିବା ଓଡ଼ିଶା ଜର୍ଣ୍ଣାଲିଜିମ୍‌ ଆୱାର୍ଡ ଚଳିତ ମାସ ୨୨ ତାରିଖରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌ ସେଣ୍ଟରରେ ପ୍ରଦାନ କରାଯିବ । ପୁରସ୍କୃତ ହେବେ ଓଡ଼ିଶାର ୬ଜଣ ବରିଷ୍ଠ ସାମ୍ବାଦିକ । ଗତ ୫ ବର୍ଷ ହେଲା ପ୍ରଦାନ କରାଯାଉଥିବା ଏହି ପୁରସ୍କାର ଚଳିତବର୍ଷ ପାଇବେ ‘କଳିଙ୍ଗ ଟିଭି’ର ସମ୍ପାଦକ ସୌମ୍ୟଜିତ୍‌ ପଟ୍ଟନାୟକ, ‘ଅର୍ଗସ୍‌ ନ୍ୟୁଜ୍‌’ର କାର୍ୟ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶିଷ, ‘ସମ୍ବାଦ’ର ଡିଜିଏମ୍‌ ନ୍ୟୁଜ୍‌ ଭବାନୀ ଶଙ୍କର ତ୍ରିପାଠୀ, ‘ଓଟିଭି’ର ପଶ୍ଚିମ ଓଡ଼ିଶା ବ୍ୟୁରୋ ମୁଖ୍ୟ ମନୋରଞ୍ଜନ ଯୋଶୀ ଏବଂ ‘ପ୍ରମେୟ’ର ମୁଖ୍ୟ ନ୍ୟୁଜ୍‌ କୋର୍ଡିନେଟର୍‌ ସୁଦୀପ କୁମାର ରାଉତ ।

ଚଳିତ ବର୍ଷଠାରୁ ଏହି ଶ୍ରେଣୀରେ ଏକ ନୂଆ ପୁରସ୍କାର ‘ପ୍ରତିଭା ପଟ୍ଟନାୟକ ଉତ୍କର୍ଷ ସାମ୍ବାଦିକତା ପୁରସ୍କାର’ ବିଶିଷ୍ଟ ସାମ୍ବାଦିକା ସାରଦା ଲାହାଙ୍ଗୀରଙ୍କୁ ପ୍ରଦାନ କରାଯିବ । କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ପତଞ୍ଜଳି ଆୟୁର୍ବେଦର ଅଧ୍ୟକ୍ଷ ଆଚାର୍ୟ୍ୟ ବାଳକୃଷ୍ଣ ବିଶିଷ୍ଟ ଅତିଥି ଭାବରେ ଯୋଗଦେବେ ବୋଲି ‘ପଲ୍ଲୀବାଣୀ ମିଶନ’ର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ ଗଣମାଧ୍ୟମକୁ ପ୍ରେସ୍‌ ବାର୍ତ୍ତାରେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.