jittmm

ଓଡିଶା ଦିବସ – ୨୦୨୫ ପାଳିତ

  • ଓଡିଶା ହେଉଛି ଶରୀର, ଓଡ଼ିଆ ତାର ଆତ୍ମା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଓଡିଶା ଦିବସ – ୨୦୨୫ ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଭାରପ୍ରାପ୍ତ କୁଳପତି ପ୍ରାଚୀନ ଓଡ଼ିଶାର ସ୍ମୃତିଚାରଣ କରିଥିଲେ । ଉପ କୁଳ ସଚିବ ମେଜର ଡକ୍ଟର ଜୟଦେବ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ଓଡିଶା ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସହକାରୀ ପ୍ରଫେସର ଡୋଳାମଣି ଧରୁଆ ଓଡିଶା ପ୍ରଦେଶ ଗଠନର ଇତିହାସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର କୈଳାସ ଚନ୍ଦ୍ର ଦାସ ବିଶ୍ୱ ଦରବାରରେ ଓଡିଶା କିପରି ପରିଚୟ ସୃଷ୍ଟି କରିପାରିଛି ସେ ସମ୍ପର୍କରେ କହିଥିଲେ । ସମାଜ ବିଜ୍ଞାନର ମୁଖ୍ୟ ଡକ୍ଟର ବିରେନ୍ଦ୍ର କୁମାର ସୁନା ଓଡ଼ିଆ ଭାଷାର ମହତ୍ୱ ଉପସ୍ଥାପନା କରିଥିଲେ । ଛାତ୍ର ମଙ୍ଗଳ ନିର୍ଦେଶକା ଡକ୍ଟର ମଧୁଲିକା ସାହୁ ଓଡିଶା ଦିବସର ଗୁରୁତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ । ଅଧ୍ୟାପିକା ଡକ୍ଟର ପ୍ରତ୍ୟାଶା ଧଳ ମଞ୍ଚ ପରିଚାଳନା କରିଥିବାବେଳେ ଗବେଷକ ଅଭିମନ୍ୟୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସରେ ବିଶ୍ୱ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଗବେଷକ ଗବେଷିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.