om academy

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ : କ୍ଷେତ୍ର ପରିଦର୍ଶନ ସହ ସମୀକ୍ଷା ବୈଠକ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମ ଚନ୍ଦ୍ର ଚୌଧୁରୀ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଆଜି ପୂର୍ବାହ୍ନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନରେ ନିର୍ମାଣ କରାଯାଇଥିବା ପ୍ରକଳ୍ପ ପରିଦର୍ଶନ କରିଥିଲେ । ପ୍ରଥମେ ବଲାଙ୍ଗିର ସହର ସ୍ଥିତ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ପଛ ପାଖରେ ନିର୍ମାଣାଧୀନ କଲ୍ୟାଣ ମଣ୍ଡପର ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ । ପରେ ବଲାଙ୍ଗିର ଡେଲି ମାର୍କେଟ ଯାଇ ଡେଲି ମାର୍କେଟ ଉନ୍ନତିକରଣ କାର୍ଯ୍ୟର ତଦାରଖ କରିଥିଲେ । ଏହାପରେ ସିଇଓ ଶ୍ରୀ ଚୌଧୁରୀ ଲର୍କିପାଲି ସ୍ଥିତ ସରକାରୀ ପୋଲି ଟେକ୍‌ନିକ୍‌ ପରିଦର୍ଶନରେ ଯାଇ ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ସହ ଭିତ୍ତିଭୂମି, ଶିକ୍ଷାଦାନର ବ୍ୟବସ୍ଥା, ବିଭିନ୍ନ ଟ୍ରେଡ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଇତ୍ୟାଦି ସଂପର୍କରେ ସବିଶେଷ ଆଲୋଚନା କରିବା ସହ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ସରକାରୀ ଆଇଟିଆଇ ପରିଦର୍ଶନରେ ଯାଇ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ଟ୍ରେଡ୍‌ରୁ ପାସ୍‌ କରି ପ୍ଲେସ୍‌ମେଣ୍ଟ ପାଇଥିବା ଓ ବିଭିନ୍ନ ସରକାରୀ ସ୍କିମ୍‌ ମାଧ୍ୟମରେ ଉପକୃତ ଛାତ୍ରଛାତ୍ରୀ ମାନଙ୍କ ସହ ସେ ଆଲୋଚନା କରିଥବଲେ । ପରେ ପଥରଚେପା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ବିଦ୍ୟାଳୟର ଭିନ୍ନ ଭିନ୍ନ ଶିକ୍ଷାଦାନର ବ୍ୟବସ୍ଥା, ପାଠାଗାର ଇତ୍ୟାଦି ସଂପର୍କରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ପରିଦର୍ଶନ ଅବସରରେ ସେ ଆଦାର୍ଶ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ସିଇଓ ଶ୍ରୀ ଚୋଧୁରୀଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ଜିଲ୍ଲାପାଳ ଚଂଚଳ ରାଣାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ପରେ ସିଇଓ ଶ୍ରୀ ଚୌଧୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ବଲାଙ୍ଗିର ଜିଲ୍ଲାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାରେ କୃଷି, ଉଦ୍ୟାନ କୃଷି, ପ୍ରାଣୀ ସଂପଦ ବିକାଶ, ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ ତଥା ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା ତଥା ବ୍ୟବସାୟ ନିମନ୍ତେ ଜିଲ୍ଲାର ଉତ୍ସାହୀ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରି ସେମାନଙ୍କର ଦକ୍ଷତା ବିକାଶ କିପରି କରାଯାଇ ପାରିବ ସେ ସଂପର୍କରେ ବିଭାଗୀୟ ଅଧିକାରୀମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । କୃଷି, ଉଦ୍ୟାନ କୃଷି, ପ୍ରାଣୀ ସଂପଦ ବିକାଶ, ଏମ୍‌ଏସ୍‌ଏମ୍‌ଇ., ପୂର୍ତ୍ତ ଇତ୍ୟାଦି ବିଭାଗ ଜରିଆରେ ବିଭିନ୍ନ କୃଷି ଭିତ୍ତିକ ବ୍ୟବସାୟ ସକାଶେ ନୂତନ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ବ୍ୟବସାୟ ସଂପର୍କିତ ସମସ୍ତ ପ୍ରକାରର ସହାୟତା ନିମନ୍ତେ ଜିଲ୍ଲା ସ୍ତରରେ ଏକ ଉଦ୍ୟୋଗ ବିକାଶ ସେଲ୍‌ ଗଠନ କରାଯିବା ସଂପର୍କରେ ଆଲୋଚନା କରିଥିଲେ । ବୈଠକରେ ଜିଲ୍ଲାପାଳ ଶ୍ରୀ ରାଣା ସ୍ୱାଗତ କରିବା ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ବିଭିନ୍ନ ବିକାଶମୂଳକ କାର୍ୟ୍ୟ ଜରିଆରେ ଜିଲ୍ଲାରେ ଯେପରି ବିକାଶ ହୋଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ପିଡ଼ି ଡିଆର୍‌ଡିଏ ଡ.ମହେଶ୍ୱର ସ୍ୱାଇଁଙ୍କ ସମେତ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପରେ ସିଇଓ ଶ୍ରୀ ଚୌଧୁରୀ ଚୁଡ଼ାପାଲି ସ୍ଥିତ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ତାଲିମ ସଂପର୍କିତ କାର୍ୟ୍ୟାବଳୀ ଉପରେ ଆଲୋଚନା କରିଥିଲେ । ଏହାପରେ ବଙ୍ଗୋମୁଣ୍ଡା ବ୍ଲକର କଁସିଲ ଗ୍ରାମ ପଞ୍ଚାୟତ ସ୍ଥିତ କଁସିଲ ଗଡ଼ିଆ ଜୋର୍‌ ନାଲାରୁ ଭଉଁରିଗୁଭା ରାସ୍ତା ଉପରେ ନିର୍ମିତ ହୋଇଥିବା ହାଇଲେଭେଲ୍‌ ବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିବା ସହ ବଙ୍ଗୋମୁଣ୍ଡା ବ୍ଲକର କପିଲଭଟା ଗ୍ରାମର ଶ୍ରୀମତୀ ଦହିମତି ମେହେରଙ୍କ କୁକୁଡ଼ା ଫାର୍ମ ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.