ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ ସମ୍ଭାବନା ;୨୯ ଯାଏ ଭିଜିବ ସାରା ଓଡ଼ିଶା

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ । ଦୁଇ ଦିନରେ ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ୨୯ ତାରିଖ ଯାଏ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଆଜି ରାୟଗଡ଼ା ଏବଂ ଗଜପତି ଜିଲ୍ଲାକୁ ଅରେଞ୍ଜ ୱବାର୍ଣ୍ଣିଂ ସହ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ବୁଧବାର କନ୍ଧମାଳ ଏବଂ ନୟାଗଡ଼ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବୁଧବାର ବିରାଜିବେ ଗଜାନନ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ମୂର୍ତ୍ତି କାରିଗର ଶେଷ ସ୍ପର୍ଶ ଦେଉଛନ୍ତି । ବିଭିନ୍ନ ଅନୁଷ୍ଠାନ ଓ ପୂଜା ମଣ୍ଡପରେ ସାଜସଜା ଚାଲିଥିବା ବେଳେ ଲଘୁଚାପ ଜନିତ ବର୍ଷା ବାଧକ ସାଜିଛି ।

jittmm
Leave A Reply

Your email address will not be published.