ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟର ସଭାଗୃହରେ ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ “ମାଟିର ମଣିଷ : ଏକ ଆଲୋଚନା” ଶୀର୍ଷକ ଏକଦିବସୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ ଓଝା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସୋନପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡଃ ମୀନକେତନ କୁମ୍ଭାର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ମାଟିର ମଣିଷ ଉପନ୍ୟାସ ସଂପର୍କିତ ବିଭିନ୍ନ ପ୍ରବନ୍ଧ ଉପସ୍ଥାପନରେ ଛାତ୍ରୀ ଉର୍ମିଳା ପଟେଲ, ତୃପ୍ତିମୟୀ ବିଶ୍ୱାଳ, ସ୍ୱୟଂପ୍ରଭା ପୂଝାରୀ ସକ୍ରୀୟ ଭୂମୀକା ଗ୍ରହଣ କରିଥିଲେ । ଉପନ୍ୟାସର ପ୍ରାସଂଗିକ ଆଲୋଚନା ହେବା ସହ ତୁଳନାତ୍ମକ ଦିଗ ଉପରେ ଆଲୋଚନାଚକ୍ରଟି କେନ୍ଦ୍ରୀଭୂତ ହୋଇଥିଲା । ଡଃ ସରୋଜ କୁମାର ଜଗଦଲା ସଭା ସଂଚାଳନ ଓ ଅଧ୍ୟାପକ ଯୋଗେଶ୍ୱର ପଧାନ ଧନ୍ୟବାଦ ଦେଇଥିଲେ । ଏହି ସଭାରେ ବିଭାଗର ଅଧ୍ୟାପକ ନିରଞ୍ଜନ ସେଠ, ରତିକାନ୍ତ ନାଏକ ଓ ବିପ୍ଲବ ପଧାନ ପ୍ରମୁଖଙ୍କ ସହ ବିଦ୍ୟାଳୟର ବହୁସଂଖ୍ୟକ ଛାତ୍ରୀ ଯୋଗଦେଇଥିଲେ ।
Prev Post