oom

ଆମେ ଓଡିଆର କେନ୍ଦ୍ରୀୟ କମିଟି ଅନୁମୋଦନ କ୍ରମେ ରାଉରକେଲାଠାରେ ସାମ୍ବାଦିକ ସମ୍ମିଳନୀ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଆମେ ଓଡିଆର କେନ୍ଦ୍ରୀୟ କମିଟି ଅନୁମୋଦନ କ୍ରମେ ରାଉରକେଲାଠାରେ ଏକ ଶାଖା ଖୋଲାଯାଇ ଏହାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି । ସେକ୍ଟର ୩ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଖଡ୍ଗ ଭବନଠାରେ ଶମ୍ବୁନାଥ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ସୂଚନା ପ୍ରଦାନ କରି କହିଲେ ଯେ, ଓଡ଼ିଆ ଭାଷା, ସଂସ୍କୃତି, ପରମ୍ପରା, ଐତିହ୍ୟ ଆଦି ଧୀରେ ଧୀରେ ସଂକୁଚିତ ହେବାରେ ଲାଗିଛି । ତାକୁ ସୁରକ୍ଷା କରିବା ଓ ଭାଷା ସାହିତ୍ୟ ସଂସ୍କୃତିର ପ୍ରଚାର ପ୍ରସାର, ଅସ୍ମିତାକୁ ଉଜ୍ଜିବିତ କରିବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ, ବାଣିଜ୍ୟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବ୍ୟବହାର ଆଦି ସ୍ଥାନରେ ସର୍ବୋପରି ନିଜ ଘରେ ଓଡ଼ିଆ ଭାଷାର ବ୍ୟବହାର କରିବାକୁ ଗୁରୁତ୍ୱ ଦେବା ପାଇଁ ଆଲୋଚନା କରାଯାଇଥିଲା । ଏଥିପାଇଁ ଆସନ୍ତା ଫେବୃଆରୀ ୨୩ ତାରିଖ ରବିବାର ଦିନ ପୂର୍ବାହ୍ନ ୧୧ ଘଟିକା ସମୟରେ ସହରରେ ଥିବା ଓଡିଆ ଭାଇଭଉଣୀମାନଙ୍କୁ ନେଇ ଖଡ୍ଗ ଭବନଠାରେ ଏକ କମିଟି ଗଠନ କରିବା ଓ ସୁଚିନ୍ତିତ ମତାମତ ଉପସ୍ଥାପନ କରିବା ପାଇଁ ଅନୁରୋଧ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଡ଼ଃ ସନାତନ ପ୍ରଧାନ, ଡ଼ଃ ସମର ମୁଦାଲି, ଅନିଲ କୁମାର ଦାଶ, ସତ୍ୟାନନ୍ଦ ବେହେରା, ଶମ୍ବୁନାଥ ପରିଡ଼ା, ଶଶଧର ପାତ୍ର, ଚାନ୍ଦମଣୀ ବେହୁରା, ସୁବ୍ରତ ମଲ୍ଲିକ, ଜଗନ୍ନାଥ ରାଉତ, ଉଗ୍ରସେନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଏସମ୍ପର୍କରେ ଅଧିକ ସୂଚନା ଦେଇଥିଲେ ।

jittmm
Leave A Reply

Your email address will not be published.