ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଟଳ ଦାଶ ଓପିଏସ୍ସି ଦ୍ୱାରା ପରିଚାଳିତ ଓସିଏସ୍ ପରୀକ୍ଷାରେ ପାସ ହୋଇଛନ୍ତ । ସେ ମାଲପଡା ନିବାସୀ ରାମ ଦାଶ ଓ ଅନୟା ଦାଶଙ୍କ ଜ୍ୟେଷ୍ଠ ପୁତ୍ର । ଅଟଳ ଭୁବନେଶ୍ୱର ସ୍ଥିତ ବିଜେବି କଲେଜରେ ଗ୍ରାଜୁଏସନ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ସାମାଜିକ ବିଜ୍ଞାନରେ ପିଜି କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆଇନ ପାଠ ପଢୁଛନ୍ତି । ଓପିଏସ୍ସି ପରୀକ୍ଷା ଦେଇ କୃତକାର୍ଯ୍ୟ ହେବା ପରେ ଅଟଳ ତାଙ୍କର ଶିକ୍ଷକ ଓ ପରିବାର ବର୍ଗଙ୍କୁ ଶ୍ରେୟ ଦେଇଛନ୍ତି । ଖବର ପ୍ରସାରିତ ହେବା ପରେ ଶ୍ରୀ ଦାଶଙ୍କ ପରିବାର ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ।
Prev Post