oom

ଆଦିବାସୀ ଓବିସି ଦଳିତ ସେନା ପକ୍ଷରୁ ଥାନା ସମ୍ମୁଖରେ ଗଣଧାରଣା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା କେଶ ନମ୍ବର ୧୦୧ ତା ୧୬.୦୬.୨୧ରିଖ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀରେ ଗିରିଜା ବରିହା, ବିନନ୍ଦ ବରିହା, ବିଦ୍ୟାଧର ବରିହା ଏବଂ କେଶ ନମ୍ବର ୮୯ ତା୦୬.୦୭.୧୮ରିଖ ମୋକଦ୍ଧମା ଘର ଡ଼ିହି ଜମି ଦଖଲ ଦାବୀରେ ଯଶୋବନ୍ତି ଛିଚୁଆ, ବିଦ୍ୟାଧର ଛିଚୁଆ ଆମରଣ ଅନଶନ କାରୀଙ୍କୁ ଓଡିଶା ଆଦିବାସୀ ଓବିସି ଦଳିତ ସେନା ଗାଇସିଲେଟ ଶାଖା ପକ୍ଷରୁ ସମର୍ଥନ ଏବଂ ଗଣଧାରଣାରେ ବସିଛନ୍ତି । ଓଡିଶା ଆଦିବାସୀ ଓବିସି ଦଳିତ ସେନା ରାଜ୍ୟ ସଭାପତି ଗୋବର୍ଦ୍ଧନ ଭୁଏଙ୍କ ନେତୃତ୍ୱରେ ଆମ୍ବେଦକରଛକରୁ ଶତାଧିକ ମହିଳା ଏବଂ ପୁରୁଷଙ୍କ ଏକ ରେଲି ବାହାରି ଥାନା ସମ୍ମୁଖରେ ପହଞ୍ଚିଥିଲେ । ପୋଲିସ ପ୍ରଶାସନଙ୍କ ଆଲୋଚନା ହୋଇଥିଲେ ମଧ୍ୟ ବିଫଳ ହୋଇଥିଲା । ବ୍ଲକ ସଭାପତି ଶଶୀଭୂଷଣ ବରିହା, ଗୋପାଳ ଭୁଏ, ସଞ୍ଜୟ ଜରଜରିଆ, ଯଜ୍ଞେସ୍ୱର ପଧାନ, ଅଚ୍ୟୁତ ସାହୁ, ଆଶିଷ ଜ୍ୟୋତିଷ ସୋମନାଥ ସାହୁ ଏବଂ ଶତାଧିକ ମହିଳା ଏବଂ ପୁରୁଷ ଆନ୍ଦୋଳନରେ ସାମିଲ ହୋଇ ସମର୍ଥନ ଜଣାଇଛନ୍ତି ।

ପୋଲିସ ଏ ପର୍ଯ୍ୟନ୍ତ ଗୋଲାପ ପଧାନକୁ ଗିରଫ କରି ସାରିଛି । ଏସ.ଡି.ପି. ଓ ପ୍ରଦୀପ କୁମାର ସାହୁ, ଆଇଆଇସି ସୁଷମା କୁଅଁର, ମେଳଛାମୁଣ୍ଡା ଓଆଇସି ସ୍ୱପ୍ନା ରାଣୀ ଗୋଛାୟାତ ଉପସ୍ଥିତି ଥିଲେ । ପ୍ରଦୀପ କୁମାର ସାହୁ ଅଭିଯୁକ୍ତ ମାନଙ୍କୁ ସାତ ଦିନ ମଧ୍ୟରେ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅନଶନକାରୀ ଆନ୍ଦୋଳନ ସ୍ଥଗିତ କରିଥିଲେ ।

jittmm
Leave A Reply

Your email address will not be published.