ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପୂର୍ବତନ ଛାତ୍ରୀ ସୁନୀତା ପ୍ରଧାନ ପାଇଲେ ଓ.ଏ.ଏସ୍.

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାଇଁ ଗୌରବ ଆଣିଲେ ସୁନୀତା ପ୍ରଧାନ । ସେ ଏହି ଶିକ୍ଷାନୁଷ୍ଠାନରେ ୨୦୧୦ ମସିହାରେ ମାଟ୍ରିକ ବେଚ୍ ଅଟନ୍ତି । ସଦ୍ୟ ପ୍ରକାଶିତ ଓ.ଏ.ଏସ୍.ପରୀକ୍ଷାରେ ୫୯ ରେଙ୍କରେ ଏହି ସଫଳତା ପାଇଛନ୍ତି । ସୁନୀତା ପ୍ରଧାନଙ୍କ ମାତା ଶ୍ରୀମତୀ ସଂଯୁକ୍ତା ପ୍ରଧାନ ଜଣେ ଗୃହିଣୀ ଏବଂ ତାଙ୍କ ପିତା ନିରଞ୍ଜନ ପ୍ରଧାନ ଗଞ୍ଜାମ ଏସ୍‌.ପି.ଙ୍କ କାର୍ଯ୍ୟାଳୟରେ ଜଣେ ଅବସରପ୍ରାପ୍ତ ଷ୍ଟେନୋ ଅଟନ୍ତି । ତାଙ୍କର ଏହି ବଳିଷ୍ଠ ଉଦ୍ୟମ ଓ ସଫଳତା ପାଇଁ ବିଦ୍ୟାଳୟ ଗର୍ବିତ ହେବା ସହିତ ତାଙ୍କ ସଫଳତା ନେଇ ପ୍ରଧାନ ଗୁରୁଜୀ ରବିନ୍ଦ୍ର ଦାଶ ତାଙ୍କ ପିତାମାତାଙ୍କୁ ଶ୍ରେୟ ଜଣାଇବା ପୂର୍ବକ ସାଧୁବାଦ ଜଣାଇଛନ୍ତି । ଏଥିପାଇଁ ଅନୁଷ୍ଠାନ ଅତ୍ୟନ୍ତ ଗୌରବାନିତ୍ଵ, ତେଣୁ ବିଭିନ୍ନ ମହଲରେ ସୁନୀତାଙ୍କ ଭୂୟସୀ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.