oom

ପଦ୍ମପୁରରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ନୁତନ ଶାଖା ଉଦ୍‌ଘାଟିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଫେବୃୟାରୀ ୧୩ ତାରିଖ ଗୁରୁବାର ଦିନ ପଦ୍ମପୁର କଲେଜ ରୋଡ଼ ଠାରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ନୂତନ ଶାଖା ଉଦ୍‌ଘାଟିତ ହୋଇ ଯାଇଛି । ଏହି ଅବସରରେ ସକାଳୁ ଶାଖା ପରିସରରେ ପୂଜାର୍ଚ୍ଚନା କରାଯାଇଥିଲା । ବ୍ୟାଙ୍କ ଅଫ ଇଣ୍ଡିଆର ଜେନେରାଲ ମ୍ୟାନେଜର ବିକାଶ କ୍ରିଷ୍ଣା (ଏଫ.ଜି.ଏମ.ଓ, ଭୁବନେଶ୍ୱର)ଙ୍କ କରକମଳରେ ବ୍ୟାଙ୍କ ଉଦ୍‌ଘାଟିତ ହୋଇଥିବା ବେଳେ ତାଙ୍କ ସହ ଜୋନାଲ ମ୍ୟାନେଜର ଶ୍ରୀଜିତ ଶଙ୍କର ବେହେରା ଓ ପଦ୍ମପୁର ଶାଖା ପ୍ରବନ୍ଧକ ଗଣେଶ ମେହେର ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ପଦ୍ମପୁରର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଓ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ । ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ବିଷ୍ଣୁନାରାୟଣ ଦୋରା, ଅଟଳ ବିହାରୀ ଦୋରାଙ୍କ ସହ ପଦ୍ମପୁର ବଣିକ ସଙ୍ଘ ତରଫରୁ ପ୍ରତାପ ମିଶ୍ର, ସୁଶୀଲ ଅଗ୍ରୱାଲ, ମହେଶ ବେହେରା, ରିଙ୍କୁ ଶର୍ମା, ମହମ୍ମଦ ଅଫତାବ, ମନୋରଂଜନ ଦୋରା, ଟ୍ରକ ମାଲିକ ସଙ୍ଘ ତରଫରୁ ହେମନ୍ତ ପଟ୍ଟନାୟକ, ଲାୟନ୍ସ କ୍ଲବ ତରଫରୁ ପୂର୍ବତନ ନଗରପାଳ ପ୍ରୀତମ ମେହେର, ରବି ନାରାୟଣ ଦୋରା, ଚିତ୍ତରଞ୍ଜନ ଦାଶ, ବିନୋଦ ବିହାରୀ ମିଶ୍ର, ବରିଷ୍ଠ ନାଗରିକ ସଙ୍ଘ ତରଫରୁ ଜୟନାରାୟଣ ତ୍ରିପାଠୀ, ଡକ୍ଟର ଅର୍ଜୁନ ଦେବତା, ଡକ୍ଟର ଜୟକୃଷ୍ଣ ପଟେଲ, ଚନ୍ଦ୍ରଶେଖର ପୁରୋହିତ ଏବଂ ପଦ୍ମପୁର ନାଗରିକ ସଙ୍ଘ, ଟାଉନ କ୍ଲବ ଭଳି ଅନେକ ଅନୁଷ୍ଠାନର ସଦସ୍ୟମାନଙ୍କ ସମେତ ସଂଜୀବ ମାଝୀ, ରମେଶ ମେହେର, ସୁରେଶ ମହାଲିଙ୍ଗ, ପ୍ରମୋଦ ମିଶ୍ର, କପିଳେଶ୍ୱର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଗାମୀ ସମୟରେ ପଦ୍ମପୁରରେ କେମିତି ବ୍ୟାଙ୍କ ଅଧିକରୁ ଅଧିକ ଉନ୍ନତି କରିବ ଓ ସର୍ବସାଧାରଣଙ୍କ ସେବା ପାଇଁ କାମ କରିବ, ସେ ବିଷୟରେ ବ୍ୟାଙ୍କ ଅଧିକାରୀ ସମସ୍ତଙ୍କ ସହ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.