om academy

ବରଗଡ-ନୂଆପଡା ଭାୟା ପଦ୍ମପୁର-ବିଜେପୁର ନୂତନ ରେଳ ଲାଇନ ପାଇଁ ଦାବୀପତ୍ର ପ୍ରଦାନ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ରେଳ ସେବା ରହିଛି ସତ, କିନ୍ତୁ ଜିଲ୍ଲାର ବରଗଡ଼ ଓ ବରପାଲିକୁ ଛାଡିଦେଲେ ଅନ୍ୟ କୌଣସି ଯାଗାରେ ରେଳ ସେବା ନାହିଁ । ବରଗଡ଼-ନୂଆପଡା ଭାୟା ପଦ୍ମପୁର-ବିଜେପୁର ଏକ ନୂତନ ରେଳ ଲାଇନ ପାଇଁ ବିଗତ ଦିନରେ ଦାବୀ ହେବା ସହ ବିଭିନ୍ନ ସମୟରେ ସାଂସଦଙ୍କ ଜରିଆରେ ହେଉ ଅବା ସିଧାସଳଖ ଭାବରେ ମାନ୍ୟବର ରେଳ ମନ୍ତ୍ରୀଙ୍କୁ ଲିଖିତ ଭାବେ ଦାବୀ ଜଣାଯାଇଛି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ରେଳ ଲାଇନ ସର୍ଭେ କାମ ପର୍ଯ୍ୟନ୍ତ ଆଗେଇ ପାରିଛି ।

ସତେ ଯେମିତିକା ରେଳ ଯାତ୍ରା କରିବା ପଦ୍ମପୁର ଉପଖଣ୍ଡବାସୀଙ୍କ ପାଇଁ ସ୍ୱପ୍ନ ସଦୄଶ । କେନ୍ଦ୍ରମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣରେ ମାନ୍ୟବର ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ପଦ୍ମପୁର ଉପଖଣ୍ଡ ଜନସାଧାରଣ ମଧ୍ୟରେ ଉଲ୍ଲାସ ଖେଲି ଯାଇଥିଲା, କାହିଁକି ନା ଯେହେତୁ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାର ରାଜ୍ୟ ସଭାରୁ ପ୍ରତିନିଧିତ୍ଵ କରି ରେଳ ମନ୍ତ୍ରଣାଳୟ ଦାୟିତ୍ୱ ପାଇଥିବାରୁ ଓଡ଼ିଶା ପ୍ରତି ଅଧିକ ଧ୍ୟାନ ଦେବେ ବୋଲି ଆଶା ରହିଥିବା କିମ୍ବା ନୂତନ ରେଳ ଲାଇନ ଅନୁମୋଦନ କରିବେ ବୋଲି ପଦ୍ମପୁର ଉପଖଣ୍ଡବାସୀଙ୍କ ବିଶ୍ୱାସ । ତେବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ଜାରି ରହିଛି ଏହି ସମୟରେ ଭବାନୀପାଟଣା ଠାରେ ରେଲୱେ ଜଏଣ୍ଟ ଏକସନ କମିଟି ପଦ୍ମପୁରର ଏକ ପ୍ରତିନିଧି ଦଳ ମାନ୍ୟବର ମନ୍ତ୍ରୀଙ୍କୁ ଭେଟି ବରଗଡ଼-ନୂଆପଡା ନୂତନ ରେଳ ଲାଇନ ଭାୟା ବିଜେପୁର ଓ ପଦ୍ମପୁର ପାଇଁ ଦାବୀପତ୍ର ଦେଇଛନ୍ତି । ଏହି ସମୟରେ ଆଇନଜୀବୀ ଅଜିତ ଶତପଥି, ଗୌନ୍ତିଆ ସାହୁ, ଗୋବିନ୍ଦ ଅଗ୍ରୱାଲ, ବିନୋଦ କାଲିଆ, ପ୍ରେମସାଗର ଫୌଜଦାର, ରାଜକିଶୋର ସାହୁ, ପ୍ରତାପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.