oom

ଛତ୍ରପୁର ସହରାଞ୍ଚଳରେ ଦୁଇଟି ଅଙ୍ଗନାବାଡ଼ି କେନ୍ଦ୍ରର ନୂତନ କୋଠା ଉଦ୍‌ଘାଟିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ରିକାପଲ୍ଲୀସ୍ଥ ଟ୍ରେଜେରୀ ବଙ୍ଗଳା ମଧ୍ୟରେ ଏବଂ ଗୋପବନ୍ଧୁନଗରରେ ସର୍ବମୋଟ ଦୁଇଗୋଟି ଅଙ୍ଗନବାଡି କେନ୍ଦ୍ରର ନୂତନଗୃହର ଶୁଭ-ଉଦ୍‌ଘାଟନ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଅନୁଷ୍ଠାନିକ ଭାବେ ଶୁଭ ଉଦ୍‌ଘାଟନ କରିଥିଲେ । ବିଜେଡି ନଗର ଯୁବ-ସଭାପତି ଟି.ଚନ୍ଦ୍ର ଶେଖର ରାଓ, ବିଜେଡି ଛତ୍ରପୁର ଦଳୀୟ ସଭାପତି ବି.ରାଜୁବାବୁ, ଉପ-ସଭାପତି ଅଟଳ ବିହାରି ପଟ୍ଟନାୟକ, ପୂର୍ବତନ କାଉନ୍‌ସିଲର ରାଜେଶ ସାହୁ, କିଶୋର ଚନ୍ଦ୍ର ସେନାପତି, ଜି.ପାପାରାଓ, ଏନ୍.ଗିରିଧର ରାଓ, ବ୍ଳକ୍ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ଅଙ୍ଗନାବାଡ଼ି ଦିଦି, ସ୍ୱଚ୍ଛସାଥୀ, ଆଶାକର୍ମୀ, ଏସେଚଜି ମହିଳା ଗୋଷ୍ଠୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଇଥିଲେ । ସେହିପରି ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ପୋଡାପଦର ଗ୍ରାମପଞ୍ଚାୟତରେ ମଧ୍ୟ ଦୁଇଟି ଅଙ୍ଗନାବାଡ଼ି କେନ୍ଦ୍ରର ନୂତନ କୋଠାର ଆନୁଷ୍ଠାନିକ ଉଦ୍‌ଘାଟନୀ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପିତାମ୍ବର ପଣ୍ଡା, ବହୁ ନେତୃବୃନ୍ଦ ଓ ମିଶନ ଶକ୍ତିର ସଦସ୍ୟା ଏବଂ ଗ୍ରାମବାସୀ, ଭଦ୍ରମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.