oom

ଛତ୍ରପୁର ସାହିତ୍ୟ ସଂସଦ’ର ନୂତନ କର୍ମକର୍ତ୍ତା ଚୟନ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସରକାରୀ ସ୍ୱୀକୃତ ପ୍ରାପ୍ତ ସାହିତ୍ୟ ଅନୁଷ୍ଠାନ ‘ଛତ୍ରପୁର ସାହିତ୍ୟ ସଂସଦ’ର ୨୦୨୪-୨୫ ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ ହୋଇଯାଇଛି । ସଭାପତି ଭାବେ ବ୍ରଜମୋହନ ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି ରୂପେ ଡ. ଅଜୟ କୁମାର ତ୍ରିପାଠୀ, ଉପସଭାପତି ରୂପେ ଆଦିତ୍ୟ ନାରାୟଣ ମିଶ୍ର, ସଧାରଣ ସମ୍ପାଦକ ରୂପେ ଦିଲ୍ଲୀପ କୁମାର ପଲେଇ, ସହ-ସମ୍ପାଦକ ରୂପେ ଅରୁଣ କୁମାର ଶତପଥୀ, କୋଷାଧ୍ୟକ୍ଷ ଭାବେ କେ. ସତ୍ୟନାରାୟଣୀ ରେଡ୍ଡୀ ପ୍ରମୁଖଙ୍କୁ ସର୍ବସମ୍ମତି କ୍ରମେ ରବିବାର ମନୋନୀତ କରାଯାଇଛି । ସଂସଦର ବରିଷ୍ଠ ସଦସ୍ୟମଣ୍ଡଳୀଙ୍କ ପକ୍ଷରୁ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ସାମ୍ବାଦିକତା ଓ ଗଣମାଧ୍ୟମ ବିଭାଗର ପ୍ରାଧ୍ୟାପକ ଡ. ଭି. ରାଜେନ୍ଦ୍ର ରାଜୁ, ଅବସରପ୍ରାପ୍ତ ବରିଷ୍ଠ କିରାଣୀ ତଥା କବି ପ୍ରଶାନ୍ତ ଶତପଥୀ, ଡ. ରାଜେନ୍ଦ୍ର ଦାଶ ପ୍ରମୁଖଙ୍କୁ କାର୍ଯ୍ୟକାରୀ ସଦସ୍ୟ ମଣ୍ଡଳୀରେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିବା ସଂସଦ ପକ୍ଷରୁ ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

jittmm
Leave A Reply

Your email address will not be published.