ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ (୧) ଅଙ୍ଗନୱାଡ଼ି କେନ୍ଦ୍ରର ନୂତନ ଗୃହ ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ଉତ୍ସବରେ ପୁରୀ ଲୋକସଭା ସାଂସଦ ଡଃ. ସମ୍ବିତ ପାତ୍ର ମୁଖ୍ୟଅତିଥି, ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ବିଡିଓ କ୍ଷିତିସ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ବାରିକ, ସମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜାପାନୀ ମିତ୍ର, ସ୍ଥାନୀୟ ସରପଞ୍ଚ ମଳୟ ସେଠୀ, କନିଷ୍ଠ ଯନ୍ତ୍ରୀ ପବିତ୍ର ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ଅତିଥିମାନଙ୍କୁ ବେରବୋଇ ବଜାର ଠାରୁ ବାଜା ବାଣ ଫୁଟାଇ ଏକ ପଟୁଆରରେ ଅଙ୍ଗନୱାଡ଼ି କେନ୍ଦ୍ର ନିକଟକୁ ପାଛୋଟି ଆଣିଥିବା ବେଳେ ବେରବୋଇ (୧) ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ସବିତା ବିଶ୍ୱାଳ ଅତିଥିମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଓ ସମ୍ବର୍ଦ୍ଧିତ କରିଥିଲେ । ଦୀର୍ଘଦିନ ଧରି ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ଵ ଗୃହ ନଥିବାରୁ କୁନି କୁନି ପିଲାମାନେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଚାଳ ଘରେ ଅତି ଦୟନୀୟ ଅବସ୍ଥାରେ ପାଠ ପଢୁଥିବା ବେଳେ ଆଜି କେନ୍ଦ୍ରର ଏହି ନୂତନ ଗୃହ ଲୋକାର୍ପିତ ହୋଇଥିବାରୁ କର୍ମୀ ଶ୍ରୀମତୀ ବିଶ୍ୱାଳ ସ୍ଥାନୀୟ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଗ୍ରାମର ଗୋପାଳ ଚନ୍ଦ୍ର ସ୍ୱାଇଁ, ଅଞ୍ଜନ ରାଉତ, ଦିବାକର ନାୟକ, ପ୍ରଦୀପ ବେହେରା, ପ୍ରାଣକୃଷ୍ଣ ପରିଡ଼ାଙ୍କ ସମେତ ଏସଏସଜି ମହିଳାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.