ବଲାଙ୍ଗିର ପାୱାର ଗ୍ରୀଡ୍‌ ପକ୍ଷରୁ ମାଧିଆପାଲିରେ ନୁକ୍କଡ଼ ନାଟକ ପ୍ରଦର୍ଶିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାୱାର ଗ୍ରୀଡ୍‌ ପକ୍ଷରୁ ମାଧିଆପାଲିରେ ‘ପବ୍ଲିକ୍‌ ଇନ୍‌ଟେରେଷ୍ଟ ଡିସ୍‌କ୍ଲୋଜର୍‌ ଏଣ୍ଡ ପ୍ରୋଟେକ୍ସନ୍‌ ଅଫ୍‌ ଇନ୍‌ଫର୍‌ମର୍‌ସ୍‌’ ସଂପର୍କିତ ନୁକ୍କଡ଼ ନାଟକ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରଦର୍ଶିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ‘ପବ୍ଲିକ୍‌ ଇନ୍‌ଟେରେଷ୍ଟ ଡିସ୍‌କ୍ଲୋଜର୍‌ ଏଣ୍ଡ ପ୍ରୋଟେକ୍ସନ୍‌ ଅଫ୍‌ ଇନ୍‌ଫର୍‌ମର୍‌ସ୍‌’ ବା ପିଆଇଡ଼ିପିଆଇ ହେଉଛି ଭାରତ ସରକାରଙ୍କ ଏକ ସଂପଳ୍ପ, ଏହା ଅଧୀନରେ ଥିବା ସମସ୍ତ ଅଭିଯୋଗ ପାଇଁ ଅଭିଯୋଗକାରୀଙ୍କ ପରିଚୟ ଗୋପନ ରଖାଯାଇଥାଏ । ଏହି ନୁକ୍କଡ଼ ନାଟକ ପ୍ରଦର୍ଶନରେ ବିଭାଗୀୟ ଅଧିକାରୀ ତଥା କର୍ମଚାରୀମାନେ ସାମିଲ୍‌ ଥିବା ବେଳେ ବହୁ ସଂଖ୍ୟାରେ ଅଂଚଳର ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.