ଶିବତଳା ଠାରେ ନୂଆଁଖାଇ ଭେଟ୍‌ଘାଟ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଶିବତଲା ଗ୍ରାମରେ ନୂଆଁଖାଇ ଭେଟୟଘାଟୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ପ୍ରତିଭାବାନ ଛାତ୍ରଛାତ୍ରୀ ଓ ଉତ୍ତମ ଚାଷୀମାନେ ଭଲ ଚାଷ କରି ଜୀବିକାନିର୍ବାହ କରୁଛନ୍ତି ଓ ଅନ୍ୟକୁ ଉପାର୍ଜନ ମଧ୍ୟ ଦେଇଛନ୍ତି ସେ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦୀର୍ଘ ୧୭ ବର୍ଷ ହେଲା ହୋଇଆସୁଛି । ଏହି ଅବସରରେ ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ମଞ୍ଚରେ ଗ୍ରାମର ମୁଖ୍ୟ ଛବିଳ ପୂଜାରୀ, ବକ୍ତା ଶିକ୍ଷାବିତ ନିର୍ମଳ ପାଣ୍ଡେ ମୁଖ୍ୟ ଅତିଥି ସରପଞ୍ଚ ଶୁଭଶାନ୍ତି ମାଝୀ, ଗୋପାଳ ବେହେରା, ଜଗବନ୍ଧୁ ରଣା, ନିରଜ୍ଞନ ମେହେର, ଅଶ୍ଵିନୀ ମହାକୁର, ସୁସାନ୍ତ ଡାଙ୍ଗ, ରିକୁ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ । ସଭା ଓ ମଞ୍ଜ ପରିଚାଳନା ହୋଲେଶ୍ଵର ଧରୁଆ , ନବୀନ ସାହୁ କରିଥିବା ବେଳେ ପ୍ରତିକାର ପ୍ରତିନିଧି ବିବେକାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.