ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୂଆପଡା ଜିଲ୍ଲାରେ ଜିଲ୍ଲାବ୍ୟାପୀ ବନ୍ଦ ପାଳିତ

ନୂଆପଡ଼ା : ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ବନ୍ଦ ପାଳିତ ହୋଇଛି । ନୂଆପଡା ଜିଲ୍ଲା ସଦର ମହକୁମାରେ ଜିଲ୍ଲା ସଭପତି ଘାସିରାମ ମାଝୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏକତା ଛକ ନିକଟରେ ଏକତ୍ରିତ ହୋଇ ଜାତୀୟ ରାଜପଥକୁ ବନ୍ଦ କରି ଦେବାରୁ ଦୁଇ ମୁଣ୍ଡରେ ଶତାଧିକ ଗାଡି ମଟର ଅଟକି ରହିଥିଲା । ଅପରାହ୍ନ ଏକ ଟା ପରେ ରାସ୍ତା ଅବରୋଧ ହଟି ଥିଲା ଦୋକାନ ବଜାର, ସରକାରୀ କାର୍ୟ୍ୟାଳୟ, ବିଦ୍ୟାଳୟ ବନ୍ଦ ରହିଥିଲା । ସେହି ଭଳି ଖଡ଼ିଆଳ ଠାରେ ବନ୍ଦ ପାଳନରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନେତୃତ୍ୱରେ ବନ୍ଦ ପାଳନ ବେଳେ ଆଗାମୀ ଦିନରେ ପେଟ୍ରୋଲ ଡିଜେଲ ଦର ହ୍ରାସ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ପ୍ରକାଶ କରିଛନ୍ତି । ପେଟ୍ରୋଲ, ଡିଜେଲ, ଏଲପିଜି ଗ୍ୟାସ ଏବଂ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧିରେ ଜିଲ୍ଲା ବନ୍ଦ ହୋଇଅଛି । ଏହି ବନ୍ଦ ସକାଳ ୬ଘଂଟା ରୁ ଅପରାହ୍ନ ୧ ଘଣ୍ଟା ବନ୍ଦ ପର୍ୟ୍ୟନ୍ତ ବନ୍ଦ ରହିଥିଲା। । ଅଖ ଚକ ବନ୍ଦ ରହିଥିବା ବେଳେ ୩୫୩ ନଂମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ଏବଂ ଶିକ୍ଷା ଅନୁଷ୍ଠାନ ମଧ୍ୟ ବନ୍ଦ ହୋଇଅଛି । ଜିଲ୍ଲା ଯୁବ ସଭାପତି କପିଳ ଭୋଇ, ହୀରାଧର ମେହେର ଶତାଧିକ କଂଗ୍ରେସ କମିଟି କର୍ମୀ ଯୋଗଦେଇଥିଲେ ।

Leave A Reply

Your email address will not be published.