ls

ବରଗଡ଼ ଜିଲ୍ଲା ଚାଷୀ ପୁଅ ନୂଆପଡା ଜିଲ୍ଲାରେ ଟପ୍ପର

sb

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ ର୍ବୋଡ ପରିକ୍ଷା ଫଳ ପ୍ରକାଶ ପାଇଛି । ନୂଆପଡା ଜିଲ୍ଲାର ବେଲଟୁକ୍ରି ହାଇସ୍କୁଲର ଜୟପ୍ରକାଶ ସାହୁ ମାଟ୍ରିକ ପରୀକ୍ଷା ମୋଟ ୬ ଶହରୁ ୫୫୨ ନମ୍ବର ମାର୍କ ରଖି ନୂଆପଡା ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଜୟପ୍ରକାଶ ସାହୁ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବିଲାସପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିତ୍ୟାନନ୍ଦପୁର ଗ୍ରାମର କୀର୍ତ୍ତିଚନ୍ଦ୍ର ସାହୁ ଓ ମାଁ ପୁଷ୍ପଲତା ସାହୁଙ୍କ ସୁପୁତ୍ର ଅଟନ୍ତି । ଜୟପ୍ରକାଶଙ୍କ ବାପା ଜଣେ ସଫଳ ଚାଷୀ ଓ ତାଙ୍କ ମାଁ ଜଣେ ସୁଗୃହିଣୀ ଅଟନ୍ତି । ସେ ଅକ୍ଲାନ୍ତ ପରିଶ୍ରମ କରି ପ୍ରତିଦିନ ନିଜ ଘରୁ ନିତ୍ୟାନନ୍ଦପୁର ଗ୍ରାମରୁ ବେଲଟୁକ୍ରି ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସାଇକେଲ ଯୋଗେ ଯିବା ଆସିବା କରି ପାଠ ପଢୁଥିଲେ । ତାଙ୍କ ସଫଳତା ପାଇଁ ନିଜ ଗ୍ରାମ ନିତ୍ୟାନନ୍ଦପୁର ଓ ବିଲାସପୁର ପଞ୍ଚାୟତ ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଜୟ ପ୍ରକାଶ ସାହୁଙ୍କ ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ନିଜ ବାପା ମା’ଙ୍କୁ ଶ୍ରେୟ ଦେଇଛନ୍ତି ସମଗ୍ର ଅଞ୍ଚଳବାସୀ ।

pc pk
Leave A Reply

Your email address will not be published.