ଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା

ନୂଆପଡ଼ା, (ନିରାକାର ମେହେର) : ଦୁଷ୍କର୍ମ ପରେ ଜଣେ ନାବାଳିକାଙ୍କୁ ହତ୍ୟା କରାଯାଇ ପ୍ରମାଣ ନଷ୍ଟ ପାଇଁ ନାବାଳିକାଙ୍କୁ ମାଟିତଳେ ପୋତି ଦେଲେ ଦୁର୍ବୃତ୍ତ । ତେବେ ଏହା ନୂଆପଡ଼ା ସଦର ଥାନା ରତିପାଲି ଗାଁରୁ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ନାବାଳିକାଙ୍କ ମୃତଦେହ ଉଦ୍ଧାର କରିବାକୁ ଚାଷ ଜମିରୁ ମାଟି ଖୋଳୁଛି । ସୂଚନାନୁଯାୟୀ, ନୂଆପଡ଼ା ସଦର ଥାନା ରତିପାଲି ଗାଁର ଧନିରାମ ନାଏକଙ୍କ ଝିଅ ହିତେଶ୍ଵରୀ ନାଏକ ସ୍ଥାନୀୟ ଏକଲବ୍ୟ ସ୍କୁଲରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢୁଥିଲେ । ଜାନୁଆରୀ ୧ ତାରିଖରେ ରାଜେଶ୍ଵରୀ ନିଜ ଘରକୁ ଆସିଥିଲେ । ରାତିରେ ସେ ଖାଇପିଇ ଶୋଇଥିଲେ । ସକାଳୁ ଉଠିବା ବେଳେ ହିତେଶ୍ଵରୀ ନିଜ କୋଠରୀରେ ନଥିଲେ । ପରେ ପାଖ ପଡୋଶୀଙ୍କ ସହ ପରିବାର ଲୋକ ମିଶି ଝିଅକୁ ଖୋଜାଖୋଜି କରିଥିଲେ ସୁଦ୍ଧା ହିତେଶ୍ଵରୀଙ୍କର କୌଣସି ସନ୍ଧାନ ମିଳିନଥିଲା । ଏନେଇ ପରିବାର ଲୋକେ ଜାନୁଆରୀ ୯ ତାରିଖରେ ନୂଆପଡ଼ା ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ନାବାଳିକାଙ୍କୁ କେହି ହତ୍ୟା କରି ମାଟିତଳେ ପୋତି ଦେଇଥିବା ଅଭିଯୋଗ ହୋଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.